ଘରେ ଅଳ୍ପ ଖର୍ଚ୍ଚରେ କରିିହେବ ହେୟାର ସ୍ପା ! ଜାଣନ୍ତୁ କିପରି ?

45

ସପ୍ତାହକୁ ଥରେ ଅବା ପନ୍ଦର ଦିନକୁ ଥରେ କେଶର ହେୟାର ସ୍ପା ଟ୍ରିଟ୍‌ମେଣ୍ଟ୍‌ ଜରୁରୀ । ଏହା କେଶକୁ ଅଧିକ ଘନ ଓ ମଜଭୁତ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣଙ୍କୁ ପାର୍ଲର ଯିବାର ଆବଶ୍ୟକତା ନାହିଁ । ଘରେ ମଧ୍ୟ ଅଳ୍ପ ଖର୍ଚ୍ଚରେ ହେୟାର ସ୍ପା କରିପାରିବେ । ଆସନ୍ତୁ ଜାଣିବା ଘରେ ବସି କିପରି ହେୟାର ସ୍ପା କରାଯାଇପାରେ ? ଘରେ ହେୟାର ସ୍ପା କରିବାକୁ ଚାହୁଁଥିଲେ ପ୍ରଥମେ ଅଲିଭ ତେଲ, ବାଦାମ ତେଲ ଓ ନଡ଼ିଆ ତେଲ ମଧ୍ୟରୁ ଯେକୌଣସି ତେଲକୁ କେଶ ମୂଳରେ ଭଲ ଭାବେ ମସାଜ କରନ୍ତୁ । ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ ।

 

 

 

 

 

 

 

 

 

 

 

 

 

• କେଶ ଅଧିକ ଶୁଷ୍କ ହୋଇଥିଲେ ନଡିଆ ତେଲର ବ୍ୟବହାର କରନ୍ତୁ । ଏଥିରେ ମ୍ୟାଗ୍‌ନେସିୟମ୍‌, କ୍ୟାଲସିୟମ୍‌, ଆଇରନ ଓ ପୋଟାସିୟମ୍‌ ପରି ତତ୍ତ୍ୱ ରହିଛି ଯାହା ଶୁଷ୍କ କେଶ ସମସ୍ୟା ଦୂର କରିଥାଏ ।

• ରୁପି ସମସ୍ୟା ଭୋଗୁଥିଲେ ଅଲିଭ ତେଲର ବ୍ୟବହାର କରନ୍ତୁ । ପ୍ରାକୃତିକ କଣ୍ଡିସନର ଗୁଣରେ ଭରପୂର ଥିବା ଅଲିଭ ତେଲ ରୁପି ଦୂର କରିଥାଏ ।

• ଭିଟାମିନ ‘ଇ’ରେ ଭରପୂର ଥିବା ବାଦାମ ତେଲ ସହ ନଡିଆ ତେଲ ମିଶାଇ ଲଗାଇବା ଦ୍ୱାରା କେଶ ମଜଭୁତ ରହିଥାଏ । କେଶରେ ୧ଚାମଚ ଅଲିଭ,ବାଦାମ ଓ ନଡିଆ ତେଲ ମିଶାଇ ଲଗାଇବା ଦ୍ୱାରା କେଶକୁ ଭଲ ପୋଷଣ ମିଳିଥାଏ ।

କେଶକୁ ଟାୱେଲରେ ଭଲ ଭାବେ ଘୋଡ଼ାନ୍ତୁ
• ଅଳ୍ପ ଉଷୁମ ପାଣିରେ ଏକ ଟାୱେଲକୁ ଭଲ ଭାବେ ବୁଡ଼ାଇ ଦିଅନ୍ତୁ । ଏହାପରେ ପାଣିକୁ ଭଲ ଭାବେ ନିଗାଡ଼ି ମୁଣ୍ଡକୁ ଭଲ ଭାବେ କଭର କରିଦିଅନ୍ତୁ । ଏପରି କଲେ କେଶରେ ତେଲ ଭଲ ଭାବେ ପହଞ୍ଚିପାରିଥାଏ । ୧୫ ମିନିଟ ପର୍ଯ୍ୟନ୍ତ ଟାୱେଲକୁ କେଶରେ ଘୋଡ଼ାଇ ରଖିବା ପରେ ଭଲ କ୍ୱାଲିଟି ସାମ୍ପୁରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ।
କଣ୍ଡିସନର ଲଗାନ୍ତୁ – ସାମ୍ପୋ ପରେ କେଶରେ ଭଲ ଭାବେ କଣ୍ଡିସନର ଲଗାନ୍ତୁ । ବଜାରରେ ମିଳୁଥିବା କଣ୍ଡିସନର ବଦଳରେ ଆପଣ ଘରୋଇ କଣ୍ଡିସନରକୁ ବ୍ୟବହାର କରିପାରିବେ ।

• ଚା ପତିକୁ ପାଣିରେ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ସେଥିରେ ଅଳ୍ପ ଲେମ୍ବୁ ରସ ମିଶାଇ ସାମ୍ପୋ ପରେ କେଶ ଧୋଇ ଦିଅନ୍ତୁ ।

• ଏକ ଚାମଚ ଘି କୁଆଁରି ରସ ସହ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ  । ସାମ୍ପୋ ପରେ ଏହାକୁ କେଶ ମୂଳରେ ଲଗାନ୍ତୁ। ଏହା ପ୍ରାକୃତିକ କଣ୍ଡିସନର ରୂପେ କାମ କରିଥାଏ ।

• ଏକ କପ୍ ଉଷୁମ୍ ଗୋଲାପ ଜଳରେ ୧ ଚାମଚ ଅଲିଭ ତେଲ ମିଶାନ୍ତୁ । ଏହାକୁ କେଶରେ ଲଗାଇ କିଛି ସମୟ ପରେ ଧୋଇଦିଅନ୍ତୁ ।