ସାଣ୍ଟା ବେଶରେ ବଜରଙ୍ଗବାଲୀ ! ମନ୍ଦିରର ପୂଜକ କହିଲେ, ଆମେରିକାରୁ ପୋଷାକ ପଠାଇଥିଲେ ଶ୍ରଦ୍ଧାଳୁ

100

ହନୁମାନଙ୍କୁ କିଏ ଦଳିତ କହିଲା ଆଉ କିଏ ମୁସଲମାନ ପୁଣି କିଏ ପଞ୍ଜାବୀ । ଏବେ ପୁଣି ଥରେ ପ୍ରଭୁ ଶ୍ରୀ ହନୁମାନଙ୍କୁ ନେଇ ବିବାଦ ଉପୁଜିଛି । ସାଣ୍ଟା ବେଶରେ ନଜର ଆସିଛନ୍ତି ବଜରଙ୍ଗବଲି । ଗୁଜରାଟର ଗୋଟିଏ ମନ୍ଦିରରେ ହନୁମାନଙ୍କୁ ସାନ୍ତାକ୍ଲଜ୍ ବେଶପୋଷାକ ପିନ୍ଧାଇ ଦିଆଯାଇଥିବାରୁ ବିବାଦ ଉପୁଜିଛି । ଗୁଜରାଟସରଙ୍ଗପୁର ଠାରେ ଘଟିଛି ଏହି ଘଟଣା । ଯେଉଁଠି ହନୁମାନ ‘କଷ୍ଟଭଞ୍ଜନ ଦେବ’ ନାମରେ ପୂଜା ପାଆନ୍ତି ।

ରବିବାର ଦିନ କେତେକ ହିନ୍ଦୁ ଭକ୍ତ ହନୁମାନଙ୍କୁ ସାନ୍ତାକ୍ଲଜଙ୍କ ପୋଷାକ ଭଳି ନାଲି ଓ ଧଳା ପୋଷାକ ପିନ୍ଧାଇ ଦେଇଥିଲେ । ହେଲେ ଏ ଭଳି କାମ ସମସ୍ତଙ୍କର ପସନ୍ଦ ହୋଇ ପାରି ନାହିଁ। ପରେ ସେ ମନ୍ଦିରକୁ ଯାଇଥିବା କେତେକ ଭକ୍ତ ହନୁମାନଙ୍କ ନୂତନ ପୋଷାକ ଉପରେ ଆପତ୍ତି ଉଠାଇ ଥିଲେ। ମନ୍ଦିର କର୍ତ୍ତୃପକ୍ଷଙ୍କ ଠାରେ ସେମାନେ ନିଜର ରାଗ ଓ କ୍ଷୋଭ ଜଣାଇଥିଲେ ।

source-http://naidunia.jagran.com

ମନ୍ଦିର କର୍ତ୍ତୃପକ୍ଷମାନ ଚତୁରତାର ସହ ବିବାଦ ଏଡ଼ାଇ ଦେଇଛନ୍ତି । ସେମାନେ କହିଲେ ଆମେରିକାରେ ଥିବା ହନୁମାନଙ୍କ ଭକ୍ତମାନେ ଏହି ପୋଷାକ ପଠାଇଥିଲେ । ସେ ପୋଷାକପତ୍ର ପଶମରେ ତିଆରି ଏବଂ ପ୍ରଭୁଙ୍କୁ ଥଣ୍ଡାରୁ ରକ୍ଷା କରିବ। ମନ୍ଦିରର ମୁଖ୍ୟ ପୂଜକ ସ୍ୱାମୀ ବିବେକସାଗର ମହାରାଜ କହିଲେ, ସେ ପୋଷାକ ସାନ୍ତାକ୍ଲଜଙ୍କର ନୁହେଁ । ସେଗୁଡ଼ିକ ମଖମଲି କନାରେ ତିଆରି ହୋଇଥିବାରୁ ଆମେ ହନୁମାନଙ୍କୁ ପିନ୍ଧାଇବାକୁ ସ୍ଥିର କଲୁ । କାହାରି ଭାବାବେଗକୁ ଆଘାତ ଦେବା ଉଦ୍ଦେଶ୍ୟ ନାହିଁ । କିନ୍ତୁ ଲୋକେ ଚିଡ଼ିବାରୁ, ପରେ ମନ୍ଦିର କର୍ତ୍ତୃପକ୍ଷ ହନୁମାନଙ୍କ ଦେହରୁ ସେ ପୋଷାକ ଓହ୍ଲାଇ ଦେଇଥିଲେ।