କରୋନା କାଳରେ କେମିତି ପାଳନ ହେବ ପୂଜା ପାର୍ବଣ ? ଜାଣନ୍ତୁ ସେପ୍ଟେମ୍ବର ଗାଇଡଲାଇନରେ କ’ଣ କହିଲେ ସରକାର ।

808

କନକ ବ୍ୟୁରୋ : ସେପ୍ଟେମ୍ବର ମାସ ପାଇଁ କୋଭିଡ୍ କଟକଣା କୋହଳ କରିଛନ୍ତି ସରକାର । କିନ୍ତୁ ଏହାରି ମଧ୍ୟରେ ସମସ୍ତଙ୍କ ମନରେ ରହିଛି ଏକ ବଡ଼ ପ୍ରଶ୍ନ । ଯେ କରୋନା କାଳରେ କେମିତି ପାଳନ ହେବ ପୂଜା ପାର୍ବଣ ? ସେପ୍ଟେମ୍ବର ମାସରେ ରହିଛି ବିଘ୍ନ ବିନାଶକ ଶ୍ରୀଗଣେଶ ଠାକୁରଙ୍କ ପୂଜା, ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କ ପୂଜା । ତେବେ ଏହି ସମୟରେ ଗହଳି ଜମିବାର ଆଶଙ୍କା ଥିବାରୁ, ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗାଇଡଲାଇନରେ ପୂଜା ପାର୍ବଣ ପାଳନ ହେବା ନେଇ କହିଛନ୍ତି ଏସଆରସି ।

ତେବେ ବିନା ଭକ୍ତରେ ପୂଜା ପାର୍ବଣ ଅନୁଷ୍ଠିତ ହେବା ନେଇ ଗାଇଡଲାଇନରେ ଉଲ୍ଲେଖ ରହିଛି । ସେହିପରି ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ୍ ରହିବ । ପୂଜା ପେଣ୍ଡାଲର ତିନି ପଟ ଆବଦ୍ଧ ରହିବ । ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପେଣ୍ଡାଲର ସାମ୍ନା ପଟ ଏଭଳି ଭାବେ ଆବଦ୍ଧ କରାଯିବ, ଯେପରିକି ଲୋକମାନେ ଭଗବାନଙ୍କ ଦର୍ଶନ କରିପାରିବେ ନାହିଁ । ପୂଜା ପେଣ୍ଡାଲରେ ସର୍ବାଧିକ ୭ଜଣଙ୍କୁ ରହିବାକୁ ଅନୁମତି ମିଳିଛି । ସେହିପରୁ ଭସାଣୀ ଶୋଭାଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର । ଏନେଇ ଗତ ଅଗଷ୍ଟ ମାସ ୯ ତାରିଖରେ ଜାରି ହୋଇଥିଲା ଗାଇଡଲାଇନ୍ ।