ସିନେମା ହଲ୍ ଏବଂ ମଲ୍ ପାଇଁ ଆସିଲା ନୂଆ ଗାଇଡଲାଇନ୍ । ଏଣିକି ଶତ ପ୍ରତିଶତ କ୍ଷମତାରେ ଚାଲିପାରିବ ଫିଲ୍ମ ହଲ, ଦରକାର ପଡିବନି ଟୀକା ସାର୍ଟିଫିକେଟ୍ କିମ୍ବା ଟେଷ୍ଟିଂ ରିପୋର୍ଟ ।

412

କନକ ବ୍ୟୁରୋ : ସେପ୍ଟେମ୍ବର ମାସରେ ରାଜ୍ୟର ସମସ୍ତ ସିନେମା ହଲ୍ ଏବଂ ସପିଂ ମଲ୍ ଗୁଡିକ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏଣିକି ସିନେମା ହଲ୍ ଏବଂ ସପିଂ ମଲକୁ ଯିବାକୁ ହେଲେ ଆପଣଙ୍କୁ ଆଉ ଦୁଇଟି ଡୋଜ୍ ଟୀକାର ପ୍ରମାଣପତ୍ର ଦେଖାଇବାକୁ ପଡିବନାହିଁ । କିମ୍ବା ଆରଟିପିସିଆର ନେଗେଟିଭ୍ ରିପୋର୍ଟର ମଧ୍ୟ ଆବଶ୍ୟକତା ନାହିଁ ।

ସେହିପରି ପୂର୍ବରୁ ମଲ୍ ଏବଂ ସିନେମା ହଲ୍ ଗୁଡିକ ୫୦ ପ୍ରତିଶତ କ୍ଷମତାରେ ଚାଲିବା ପାଇଁ ନିୟମ ରହିଥିଲା । କିନ୍ତୁ ସେପ୍ଟେମ୍ବର ମାସରେ ଜାରି ହୋଇଥିବା ଗାଇଡଲାଇନରେ ଏହି କଟକଣାକୁ କୋହଳ କରାଯାଇଛି । ଏଣିକି ଶତ ପ୍ରତିଶତ କ୍ଷମତାରେ ଚାଲିପାରିବ ସିନେମା ହଲ୍ । କିନ୍ତୁ ଉଭୟ ସିନେମା ହଲ୍ ଏବଂ ସପିଂ ମଲର କର୍ତ୍ତୃପକ୍ଷ, ନିଜ ଅନୁଷ୍ଠାନରେ କୋଭିଡ୍ ନିୟମ ପାଳନ ନେଇ ସମସ୍ତ ବ୍ୟବସ୍ଥା କରାଇବେ ।