ଗୁପଚୁପ ପାଣିରେ ଟଏଲେଟ କ୍ଲିନର ! ଜେଲ ଗଲେ ଦୋକାନୀ

54

ଗୁପଚୁପ ପାଣିରେ ଟଏଲେଟ କ୍ଲିନର ପରି ଏସିଡ୍ ମିଶାଉଥିବା ଅଭିଯୋଗରେ ଜଣେ ଗୁପଚୁପ ବିକାଳୀଙ୍କୁ ୬ ମାସର ଦଣ୍ଡ ବିଧାନ ହୋଇଛି । ୨୦୦୯ରେ ଅହମଦାବାଦର ଲାଲ ଦରବାଜା ଜିଲ୍ଲାରେ ଘଟିଥିଲା ଏହି ସମ୍ବେଦନଶୀଳ ଘଟଣା । ଚେତନ ନଂଜୀ ନାମକ ଗୁପଚୁପ ବିକାଳୀ ପାଣିର ସ୍ୱାଦ ବଢାଇବା ପାଇଁ ଟଏଲେଟ କ୍ଲିନର ପରି ଏସିଡ ମିଶାଉଥିଲା ।

ଅହମଦାବାଦ ନଗର ନିଗମ ୨୦୦୯ରେ ଚେତନଙ୍କ ବିରୋଧରେ କେସ୍ ଦାୟର କରିଥିଲେ । ନିଗମ ପକ୍ଷରୁ ଅଭିଯୋଗ ଆଧାରରେ ଗୁପଚୁପ ପାଣିର ନମୁନାକୁ ଯାଞ୍ଚ ପାଇଁ ଲ୍ୟାବକୁ ପଠା ଯାଇଥିଲା । ଯାଞ୍ଚ ପରେ ଜଣାପଡିଲା ସେ ଗୁପଚୁପ ପାଣିରେ ଟଏଲେଟ କ୍ଲିନର ପରି ଏସିଡ ବ୍ୟବହାର କରୁଥିଲା ।

କିନ୍ତୁ କୌଣସି ପକ୍କା ପ୍ରମାଣ ନଥିବା ବୋଲି ଦର୍ଶାଇଥିଲା ଅଭିଯୁକ୍ତ ଚେତନ । ତେଣୁ ମାମଲା ରହିଥିଲା ଅଧାରେ । କିନ୍ତୁ ଏପରି ଗମ୍ଭୀର ଅପରାଧ ପାଇଁ ଅହମଦାବାଦ ସ୍ୱତନ୍ତ୍ର କୋର୍ଟ ଅନେକ ଦିନ ବ୍ୟବଧାନ ପରେ ମଧ୍ୟ ଚେତନ ବିରୋଧରେ ମାମଲା ରୁଜୁ କରି ୬ ମାସର ଜେଲଦଣ୍ଡ ବିଧାନ କରିଛନ୍ତି ।