ଗଜପତିଙ୍କ କ୍ଷୋଭ . . ଜଗନ୍ନାଥଙ୍କ ପ୍ରତି ଅବହେଳା କରୁଛନ୍ତି ସରକାର

37

କନକ ବ୍ୟୁରୋ : ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି ସରକାର । ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ କୌଣସି ଆନ୍ତରିକତା ନାହିଁ । ୧୯୬୦ରୁ ପରିଚାଳନା ଦାୟିତ୍ୱ ନେବା ପରେ ଶ୍ରୀମନ୍ଦିର ପ୍ରଶାସନ ସେମିତି କିଛି ଆଖିଦୃଷ୍ଟିଆ ପଦକ୍ଷେପ ନେଇ ନାହାନ୍ତି । ବିଭିନ୍ନ ସମୟରେ ଘଟୁଥିବା ବିଭ୍ରାଟ ଏହାର ଗୋଟିଏ ଗୋଟିଏ ଉଦାହରଣ । ଆଧ୍ୟାତ୍ମିକ ଜାଗରଣଠାରୁ ଦୂରେଇ ଯାଉଛନ୍ତି । ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ ବି.ପି ଦାସ କମିଶନ କିଛି ଭଲ ପରାମର୍ଶ ଦେବେ ଓ ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଥିବା ଗଜପତି ମହାରାଜ କହିଛନ୍ତି ।

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ ଯୋଗଦେଇ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜ । ନିର୍ବାଚିତ ସରକାର ଲୋକଙ୍କଠୁଟିକସ ନେଇ କେବଳ ଭୌତିକ ବିକାଶରେ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଶ୍ରୀଜଗନ୍ନାଥ ଚେତନା ଓ ଅନୁଭୂତିର ପ୍ରଚାର ପାଇଁ ପଦକ୍ଷେପ ଶୂନ । ଦାବି ନହେଲେ ଉନ୍ନତି ହେବନାହିଁ ବୋଲି ସେ ଚେତାଇ ଦେଇଛନ୍ତି । ଏଥିପାଇଁ ଧାର୍ମିକ ସଂଗଠନଗୁଡିକ ସରକାରଙ୍କ ଉପରେ ଚାପ ପକାଇବାକୁ ସେ ଆହ୍ୱାନ ଦେଇଛନ୍ତି ।

ତେବେ କିଛି ଏହିଭଳି ଢଙ୍ଗରେ ଗଜପତି ମହାରାଜଙ୍କ ଅଭିଯୋଗର ଉତର ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ।

ନିଳାଦ୍ରିବିଜେ ବିଶୃଙ୍ଖଳା ପରେ ଶ୍ରୀମନ୍ଦିର ସଂସ୍କାର ଲାଗି ସରକାର ଜଷ୍ଟିସ ବି.ପି ଦାସ କମିଶନ ଗଠନ କରିଥିଲେ । ଏବେ ଗଜପତି ମହାରାଜ ଉଠାଇଥିବା ପ୍ରସଙ୍ଗକୁ ଦୃଷ୍ଟିରେ ରଖି କମିଶନ କିଛି ଆଖିଦୃଷିଆ ପ୍ରସ୍ତାବ ଦେବେ ବୋଲି ଆଶା କରାଯାଉଛି ।