ଅଣ୍ଡା, ଆଦର୍ଶ ଓ ଉପାସନା ! ବାପାଙ୍କ ଆଦର୍ଶରେ ବଢିବେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା

62

କନକ ବ୍ୟୁରୋ : ବାପାଙ୍କ ଆଦର୍ଶରେ ବଢିବେ ଉପାସନା । ଆବଶ୍ୟକ ପଡିଲେ ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ ହେବ । କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା । ସେ କହିଛନ୍ତି, ବାପାଙ୍କ ରାଜନୈତିକ ପଥକୁ ସେ ଆପଣାଇବେ । ଏମିତିକି ରାଜନୀତିରେ ଅଣ୍ଡାମାଡକୁ ସମର୍ଥନ କରିବେ ।

ଏବେ ପଂଚାୟତ ନିର୍ବାଚନକୁ ଫୋକସ କରିଛନ୍ତି ଲୁଲୁଙ୍କ ପରିବାର । ସେପଟେ ଯୁବ ଗର୍ଜନ ସମାବେଶ ଆୟୋଜନ କରିବାକୁ ସଂକଳ୍ପ ନେଇଛି ଲୁଲୁସେନା । ଲୁଲୁଙ୍କ ସ୍ୱପ୍ନ ସାକାର କରିବା ସହ ଲୁଲୁ ଅନୁଗାମୀଙ୍କୁ ଏକାଠି କରିବ ଲୁଲୁ ସେନା । ଆଜି ରାଜଧାନୀରେ ଆୟୋଜିତ ହୋଇଛି ବନ୍ଧୁମିଳନ ଉତ୍ସବ । ଆଉ ଲୁଲୁଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ସହଯୋଗ ଦେବାକୁ ଘୋଷଣା କରିଛନ୍ତି ବରିଷ୍ଠ ନେତା ଓ ଲୁଲୁ ସେନା ।