ସାଧାରଣତନ୍ତ୍ର ଦିବସ : ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହର୍ସାଲ; ପୋଲିସ ଡିଜିଙ୍କ ଉପସ୍ଥିତିରେ ହେଲା ଅଭ୍ୟାସ

93

କନକ ବ୍ୟୁରୋ : ଦୁଇ ବର୍ଷ ପରେ ବିନା କଟକଣାରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ହେବ ସାଧାରଣତନ୍ତ୍ର ଦିବସ । ଏଥପାଇଁ ଆଜି ହେଉଛି ଫୁଲ୍ ଡ୍ରେସ୍ ରିହର୍ସାଲ । ପୋଲିସ ଡିଜି ସୁନୀଲ ବଂଶଲଙ୍କ ଉପସ୍ଥିତିରେ ଫୁଲ୍ ଡ୍ରେସ୍ ରିହର୍ସାଲ କରାଯାଉଛି । ଚଳିତ ବର୍ଷ ସାଧାରଣନ୍ତ୍ର ଦିବସରେ ୫୦ଟି ଟ୍ରୁପ୍ ଭାଗ ନେଉଛନ୍ତି । ଏହା ସହ ଡେୟାର ଡେଭିଲ ଶୋ’ ଓ ସ୍କେଟିଂର କୌଶଳ ଦେଖିବାକୁ ମିଳିବ । ଆଦିବାସୀ ନୃତ୍ୟ ଓ ପ୍ରଜ୍ଞାପନ ମେଢରେ ଦୁଲୁକିବ ଗାନ୍ଧୀ ମାର୍ଗ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ରହିବେ ୩୦ ପ୍ଲାଟୁନ୍ ଫୋର୍ସ ।