ପଶ୍ଚିମାଝଡକୁ ନେଇ ପାଣିପାଗ ବିଭାଗର ଚେତାବନୀ: ୨୯ ତାରିଖ ରାତିିରୁ ଉତ୍ତର-ପଶ୍ଚିମ ଓଡିଶାକୁ ପ୍ରଭାବିତ କରିବ

6,117

କନକ ବ୍ୟୁରୋ: ଆଉ ଏକ ପଶ୍ଚିମାଝଡ ପ୍ରଭାବରେ ଭିଜିବ ଓଡିଶା । ଆସନ୍ତା ୨୯ ତାରିଖ ରାତିରୁ ଦେଶର ଉତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ ଆଉ ଏକ ପଶ୍ଚିମାଝଡ । ଏହାକୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଆସନ୍ତା ୨୮, ୨୯, ୩୦ ଓ ୩୧ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୨୯ ମାର୍ଚ୍ଚରେ ଆଉ ଏକ ପଶ୍ଚିମାଝଡ ସକ୍ରିୟ ହେବ । ଏହା ପ୍ରଭାବରେ ୩୦, ୩୧ରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ତମାନ ମଧ୍ୟ ପଶ୍ଚିମାଝଡ ପ୍ରଭାବରେ ବର୍ଷାର ଅନୁଭୂତ ହେଉଛି । ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତମାନ ପଶ୍ଚିମାଝଡ ପ୍ରଭାବରେ ୨୭ ଓ ୨୮ ତାରିଖରେ ଘଡଘଡି ସହ ବର୍ଷା ହେବ ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବ । ତେବେ ଏହାର ପ୍ରଭାବ ଶେଷ ନହେଉଣୁ ୨୯ ତାରିଖରେ ଆଉ ଏକ ପଶ୍ଚିମାଝଡ ଆସୁଛି ।