ଓଡ଼ିଶାରେ ୧୮୨୬୮ ଜଣଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଜଣଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ?

23,395

କନକ ବ୍ୟୁରୋ : ରାଜ୍ୟରେ ୧୮୨୬୮ ଜଣଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟରେ କେତେ ଜଣଙ୍କୁ ବନ୍ଧୁକ ପାଇଁ ଲାଇସେନ୍ସ ମିଳିଛି ସେନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି । ଯାହାର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ସୁରକ୍ଷା, କ୍ରୀଡା ଏବଂ ଟାର୍ଗେଟ ଅଭ୍ୟାସ ଓ ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା ନିମନ୍ତେ ଆରକ୍ଷୀ ଅଧୀକ୍ଷକଙ୍କ ରିପୋର୍ଟ ଆଧାରରେ ବନ୍ଧୁକ ଲାଇସେନ୍ସକୁ ଜିଲ୍ଲାପାଳ ପ୍ରଦାନ କରିଥାନ୍ତି ।

କେଉଁଝରରେ ସର୍ବାଧିକ ୧୩୨୭ ଜଣ,ଅନୁଗୁଳରେ ୧୨୦୩, ବାଲେଶ୍ଵରରେ ୧୧୫୫, ଢେଙ୍କାନାଳରେ ୧୧୨୬, ପୋଲିସ କମିଶନରେଟରେ ୩୨୫ ଜଣ ବ୍ୟକ୍ତି ବିଶେଷଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି।

ସେହିଭଳି ରାଜ୍ୟରେ ବେଆଇନ ବନ୍ଧୁକ କାରବାର ଦୃଷ୍ଟିଗୋଚର ହେଲେ ଚୋରା କାରବାର କରୁଥିବା ବନ୍ଧୁକ ମାଫିଆଙ୍କ ବିରୋଧରେ ବିଭିନ୍ନ ଧାରାରେ ଅଭିଯୋଗ ଦାଏର କରାଯାଏ । ପୂର୍ବରୁ ବେଆଇନ ବନ୍ଧୁକଧାରୀ ଓ ଚୋରା କାରବାର କରୁଥିବା ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଲିଖିତ ଉତ୍ତର ଦେଇଛନ୍ତି ତୁଷାରକାନ୍ତି ବେହେରା ।