ଏଣିକି ଭାରତରେ ବ୍ରାଣ୍ଡେଡ୍ କପଡା କିଣିବା ଆହୁରି ମହଙ୍ଗା ହୋଇପାରେ : ଜାଣନ୍ତୁ କେଉଁ ବ୍ରାଣ୍ଡ ଉପରେ ପଡିବ ସବୁଠାରୁ ଅଧିକ ପ୍ରଭାବ

31

ଦେଶ ଭିତରେ ବିଦେଶୀ କମ୍ପାନୀର ବ୍ରାଣ୍ଡେଡ କପଡା କିଣିବା ଆହୁରି ବି ମହଙ୍ଗା ପଡିପାରେ । ଆଗାମୀ ଦିନରେ କମ୍ପାନୀ ନିଜ ଉତ୍ପାଦରେ ୩୦ ପ୍ରତିଶତ ବୃଦ୍ଧି କରିପାରେ । କାହିଁକିନା କପଡାକୁ ରଙ୍ଗ କରିବା ପାଇଁ ପ୍ରୟୋଗ ହେଉଥିବା କଂଚାମାଲର ମୂଲ୍ୟରେ ବୃଦ୍ଧି ହୋଇଯାଇଛି ।

ଏହି ବ୍ରାଣ୍ଡ ଉପରେ ପଡିବ ସବୁଠାରୁ ଅଧିକ ପ୍ରଭାବ : ଯେଉଁ ବିଦେଶୀ ବ୍ରାଣ୍ଡ ଉପରେ ଏହାର ପ୍ରଭାବ ସବୁଠାରୁ ଅଧିକ ପଡିବାର ସମ୍ଭାବନା ଅଛି , ସେମାନଙ୍କ ଭିତରେ ଅଛି ଜାରା, ଗ୍ୟାପ, ଏଚଏଣ୍ଡଏମ୍, ଓଲ୍ଡ ନେଭି, ଇକିଆ ଏବଂ ମାର୍କ ଆଣ୍ଡ ସ୍ପେନ୍ସର ସାମିଲ ଅଛି । ଏହି କମ୍ପାନୀ ଗୁଡିକ ଭାରତରେ ହିଁ ନିଜର କପଡା ତିଆରି କରେ ଏବଂ ସମଗ୍ର ବିଶ୍ୱରେ ଏହାକୁ ବିକ୍ରି କରେ । ଦିଲ୍ଲୀ-ଏନସିଆର ରେ ଏମିତି କମ୍ପାନୀ ଗୁଡିକର ସଂଖ୍ୟା ଅଧିକ, ଯାହା ବିଦେଶୀ କମ୍ପାନୀ ଗୁଡିକ ପାଇଁ କପଡା ତିଆରି କରେ । ଦିଲ୍ଲୀ-ଏନସିଆର ସ୍ଥିତ କେତେକ କମ୍ପାନୀଗୁଡିକ ଡାଇ ମହଙ୍ଗା ହେବାପରେ ନିଜର ଉତ୍ପାଦନ ବନ୍ଦ କରିଦେଇଛନ୍ତି । ଏହା ଏମିତି ସମୟରେ ବନ୍ଦ ହୋଇଛି, ଯେତେବେଳେ ନୂଆ କଲେକ୍ସନ ପାଇଁ ସମଗ୍ର ବିଶ୍ୱରୁ ଅର୍ଡର ଆସିଛି । ଡାଇର ମୂଲ୍ୟ ଗତ ୧୫ ଦିନରେ ବହୁତ ବୃଦ୍ଧି ହେବାର ଦେଖିବାକୁ ମିଳିଛି ।

ସେଥିପାଇଁ କମ୍ପାନୀ ନିଜର ଖର୍ଚ୍ଚ ବି ବଡ ମୁସ୍କିଲରେ ବାହାର କରୁଛି । ଦିଲ୍ଲୀରେ ୧୫୦ରୁ ଅଧିକ କମ୍ପାନୀ ଅଛି , ଯେଉଁମାନେ ଏହି ବ୍ରାଣ୍ଡର କପଡା ପାଇଁ ଡାଇ ପ୍ରସ୍ତୁତ କରି ପଠାନ୍ତି । ପେଟ୍ କୋକ୍ ଏବଂ ଫର୍ଣ୍ଣେସ୍ ତେଲ ବନ୍ଦ ହେବା ପରେ ଡାଇ ପ୍ରସ୍ତୁତ କରିବାରେ ବହୁତ ଅସୁବିଧାର ସାମନା କରିବାକୁ ପଡୁଛି ।