ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ ଭୟଭୀତ : ପିପିଲି କଣାସ ଅଞ୍ଚଳର ଅଧା ପାଚିଲା ଧାନ କାଟି ନେଉଛନ୍ତି ଚାଷୀ

99

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଭୟରେ କଣାସ ଅଞ୍ଚଳରେ ଅଧା ପାଚିଲା ଧାନକୁ ଅମଳ କରୁଛନ୍ତି ଚାଷୀ । କଣାସର ବିଭିନ୍ନ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବାତ୍ୟା ଆସିଲେ ସଂପୂର୍ଣ୍ଣ ଚାଷ ନଷ୍ଟ ହୋଇଯିବ ଆଉ ଯାହା ରହିବ ତାହା ଅମଳ କରିବା ସମ୍ଭବ ନୁହେଁ ବୋଲି ଭାବି ତରବରିଆ ଭାବେ ମେସିନ ସହାୟତାରେ ଅଧା ପାଚିଲା ଧାନ ଅମଳ କରିଚାଲିଛି ସ୍ଥାନୀୟ ଚାଷୀ ।

ବାତ୍ୟା ହେଲେ କଣ କରିବେ ଚାଷୀ ତାକୁ ନେଇ ଚିନ୍ତାରେ ପଡିଛି । ପୂର୍ବ ବାତ୍ୟାର ତାଣ୍ଡବକୁ ଏଯାଏଁ ଚାଷୀ ଭୁଲିପାରିନାହାନ୍ତି । ଅନେକ ଚାଷୀ ଆର୍ଥିକ ମେରୁଦଣ୍ଡ ଏ ଯାଏଁ ସଳଖି ପାରିନାହାନ୍ତି । ଏବେ ନୂଆ ଧାନ ପାଇଁ ଚାଷୀ ଅଣ୍ଟା ଭିଡିଥିବାବେଳେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀୟ ହୋଇପଡିଛି ଚାଷୀ । ଆଉ ଅଧା ପାଚିଲା ଧାନକୁ କରୁଛି ଅମଳ ।