କନକ ବ୍ୟୁରୋ : କଟକ ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ୍ । କଟକ ଜଗତପୁରରେ ରହୁଥିବା ଦମୟନ୍ତୀଙ୍କ ଘରେ ନୋଟିସ୍ ଲଗାଇଛି ଇଡକୋ । ଜଗତପୁରର ଯେଉଁ ବସ୍ତିରେ ସେ ପରିବାର ସହ ରହୁଥିଲେ ସେଠାରୁ ହଟି ଯିବା ପାଇଁ ଇଡକୋ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମେ ୧୦ ତାରିଖ ସୁଦ୍ଧା ସଠାରୁ ନହଟିଲେ ଇଡକୋ ନିଜ ଢଙ୍ଗରେ ପଦକ୍ଷେପ ନେବ ବୋଲି ନୋଟିସରେ କୁହଯାଇଛି । ଦମୟନ୍ତୀ ଓ ସେଠାରେ ରହୁଥିବା ୨୦ରୁ ଅଧିକ ପରିବାର ପାଇଁ ଏହା ଏବେ ଚିନ୍ତାର କାରଣ ହୋଇଛି । ଦମୟନ୍ତ୍ରୀ ଡେପୁଟୀ ମେୟର ହେବା ପରେ ସେଠାରେ ତାଙ୍କ ପାଇଁ ଏକ ପକ୍କା ଘର ନିର୍ମାଣ ଆରମ୍ଭ ହୋଇଛି । ୨ ଦିନ ତଳେ ଜଗତପୁରସ୍ଥିତ କଟକ ଇଡ୍କୋ ଡିଭିଜନ୍ ମୁଖ୍ୟଙ୍କ ପକ୍ଷରୁ ପ୍ରାୟ ୪୦ ବର୍ଷ ଧରି ରହିଆସୁଥିବା ୨୦ ପରିବାରକୁ ଉଚ୍ଛେଦ ପାଇଁ ନୋଟିସ୍ କରାଯାଇଛି ।