ଅଭିନୟରେ ବିଫଳ ହେଲେ ବ୍ୟବସାୟରେ ସଫଳ ! ପଢନ୍ତୁ ଜଣେ ନାୟିକାଙ୍କ କାହାଣୀ

48

୧୧ ସେପ୍ଟେମ୍ବର, ୧୯୭୯ରେ ଜନ୍ମିତ ଟୁଲିପ୍ ଯୋଶୀ ଆଜି ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି । ‘ମେରି ୟାର କି ଶାଦି ହେ’ ସିନେମାରେ ବଲିଉଡ ଜଗତରେ ଏଂଟ୍ରି ମାରିଥିବା ନାୟିକା ଟୁଲିପଙ୍କ ଜନ୍ମଦିନ ଅବସରରେ ଆଜିର ଏହି ବିଶେଷ ଆଲୋଚନା ।

ଟୁଲିପଙ୍କ ଜନ୍ମ ଏକ ଗୁଜରାତି ପରିବାରରେ ହୋଇଥିଲା । ଜମନାବାଇ ନର୍ସି ସ୍କୁଲରୁ ନିଜର ପାଠପଢା ଶେଷ କରି ମେଜରିଂ ଫୁଡ ସାଇନ୍ସ ଆଣ୍ଡ କେମେଷ୍ଟ୍ରିରେ ଉଚ୍ଚଶିକ୍ଷା ହାସଲ କରିଥିଲେ ନାୟିକା ଟୁଲିପ ।

୨୦୦୦ରେ ଟୁଲିପ ଫେମିନା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ ହେଲେ ଏହି ପ୍ରତିଯୋଗୀତାରେ ତାଙ୍କୁ ବିଫଳତାର ମୁହଁ ଦେଖିବାକୁ ପଡିଥିଲା । ଏହାପରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ । ଟୁଲିପ ମାତୃଭୂମି, ଦିଲ୍ ମାଙ୍ଗେ ମୋର, ଧୋଖା, ମିଶନ ୯୦ ଡେଜ୍ , କଭି କହିଁ, ସୁପରଷ୍ଟାର, ଡେଡି କୁଲ ଏବଂ ରନୱେ ଭଳି ଅନେକ ସିନେମା କରିସାରିଛନ୍ତି ମାତ୍ର ବକ୍ସ ଅଫିସରେ ତାଙ୍କର ଯାଦୁ ଚାଲି ପାରିନଥିଲା । ଖାଲି ବଲିଉଡ ନୁହେଁ ବରଂ ଟୁଲିପ ପଂଜାବି, କନ୍ନଡ, ମଲୟାଲମ ଏବଂ ତେଲୁଗୁ ସିନେମାରେ ମଧ୍ୟ କାମ କରିସାରିଛନ୍ତି । ମାତ୍ର ସିନେମା କ୍ୟାରିୟର ଫ୍ଲପ ହେବା ପରେ ଟୁଲିପ ଷ୍ଟାର ପ୍ଲସର ଏକ ଧାରିବାହିକ ତଥା ଏୟାରଲାଇନ୍ସ’ରେ ବି ଅଭିନୟ କରିଥିଲେ । ଯେଉଁଥିରେ ସେ ଜଣେ ପାଇଲଟ୍ ଭୂମିକାରେ ନଜର ଆସିଥିଲେ ।

ତେବେ ଅଭିନୟ କ୍ଷେତ୍ରରେ ବାରମ୍ବାର ନିରାଶ ହେବା ପରେ ଶେଷରେ ଟୁଲିପ କ୍ୟାପଟେନ୍ ବିନୋଦ ନାୟରଙ୍କୁ ବିବାହ କରିଛନ୍ତି । ବିନୋଦ ‘ପ୍ରାଇଡ୍ ଅଫ ଲାୟନ୍ସ’ ନାମକ ଏକ ନୋବେଲ ଲେଖିଛନ୍ତି । ଏହାବ୍ୟତୀତ ବିନୋଦ ୧୯୮୯ରୁ ୧୯୯୫ ପର୍ଯ୍ୟନ୍ତ ଭାରତୀୟ ସେନାରେ ମଧ୍ୟ ରହିସାରିଛନ୍ତି ।୨୦୦୭ରେ ବିନୋଦ ଟ୍ରେନିଂ ଆଣ୍ଡ ମ୍ୟାନେଜମେଂଟ୍ କସଲ୍ଟିଂ ଫର୍ମ (କେଆଇଏମଏମଏୱାଇଏ) ନାମକ ଏକ କଂପାନୀ ଆରମ୍ଭ କରିଛନ୍ତି । ଯାହାକୁ ବର୍ତ୍ତମାନ ଟୁଲିପ ସମ୍ଭାଳୁଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଏହି କଂପାନୀର ମୂଲ୍ୟ ରହିଛି ପାଖାପାଖି ୬୦୦ କୋଟି ଟଙ୍କା ।

ସୌଜନ୍ୟ: ଆଜତକ୍