ହନିପ୍ରୀତଙ୍କୁ ଧରିବା ପାଇଁ ଆକ୍ସନରେ ପୋଲିସ ! ନେପାଳ ସୀମାରେ ଲାଗିଲା ମୋଷ୍ଟ ୱାଣ୍ଟେଡ଼୍ ପୋଷ୍ଟର

67

ରାମରହିଙ୍କ ପୋଷ୍ୟକନ୍ୟା ହନିପ୍ରୀତ୍ ଏବେ ମୋଷ୍ଟ ୱାଣ୍ଟେଡ଼୍ । ନେପାଳ ସୀମାକୁ ଲାଗିଥିବା ପୋଲିସ ଷ୍ଟେସନ ଗୁଡ଼ିକରେ ହନିପ୍ରୀତଙ୍କ ମୋଷ୍ଟ ୱାଣ୍ଟେଡ଼୍ ପୋଷ୍ଟର ଲଗାଯାଇଛି । ସନ୍ଦେହ ହେଉଛି ଏହି ସ୍ଥାନ ଦେଇ ହନିପ୍ରୀତ ଅନ୍ୟ ଦେଶକୁ ପଳାୟନ କରିପାରନ୍ତି । ଏଥିପାଇଁ ସୀମାର ପୁଲିସକୁୁ ସତର୍କ ରହିବା ପାଇଁ କୁହାଯାଇଛି । ଯାହାଦ୍ୱାରା ହନିପ୍ରୀତ ପଡ଼ୋଶୀ ଦେଶକୁ ଫେରାର ହୋଇପାରିବେ ନାହିଁ । ସିଦ୍ଧାର୍ଥନଗରର ପୁଲିସ ଅଧୀକ୍ଷକ ସତ୍ୟେନ୍ଦ୍ର କୁମାର କହିଛନ୍ତି, ନେପାଲ ସୀମାକୁ ଲାଗିଥିବା କପିଳାବାସ୍ତୁ, ମୋହନା, ଶେରଗଡ଼, ଲୋଟନ ଓ ଦେବରୂଆ ଆଦି ଅଂଚଳର ଥିବା ପୁଲିସ ଷ୍ଟେସନ ଗୁଡ଼ିକୁ ସାବଧାନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୁଇନ୍ଦା ବିଭାଗର କର୍ମଚାରୀ ମାନଙ୍କୁ ମଧ୍ୟ ଏହି କାମ ପାଇଁ ଲଗାଯାଇଛି । ଖାସକରି ୩୦ରୁ ୩୫ ବର୍ଷୀୟା ହାଇ ପ୍ରୋଫାଇଲ ମହିଳାଙ୍କ ଯିଏ ନେପାଳ ଆଡ଼କୁ ପଳାୟନ କରୁଥିବେ, ସେହପରି ମହିଳାଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି ।

ସୂତ୍ର ଅନୁସାରେ ନେପାଳ ସୀମା ସହ ଲାଗିଥିବା ଉତ୍ତରପ୍ରଦେଶର ମହାରାଜଗଂଜ, ଲଖୀମପୁର ଖୀରୀ ପରି କିଛି ଜିଲ୍ଲାରେ ମଧ୍ୟ ପୋଲିସକୁ ସାବଧାନ କରାଯାଇଛି । ଉତ୍ତରପ୍ରଦେଶର ପାଖାପାଖି ୫୯୯ କିଲୋମିଟର ସୀମା ସହ ନେପାଳ ଲାଗି ରହିଛିି । ଏହି ସୀମାର ସାତୋଟି ଜିଲ୍ଲା ପୀଲୀଭିତ, ଲଖୀମପୁର ଖୀରୀ, ବହରାଇଚ, ଶ୍ରାବସ୍ତୀ, ବଳରାମପୁର, ସିଦ୍ଧାର୍ଥନଗର ଓ ମହାରାଜଗଂଜ ସହ ଲାଗି ରହିଛିି । ହରିୟାଣା ପୋଲିସ ହନିପ୍ରୀତକୁ ଖୋଜିବା ପଇଁ କିଛି ଦିନ ପୂର୍ବରୁ ଲଖୀମପୁର ଖୀରି ଯାଇଥିଲେ । ସେମାନେ ସନ୍ଦେହ କରୁଥିଲେ କି ହନିପ୍ରୀତ ଏହି ରାସ୍ତା ଦେଇ ନେପାଳ ପଳାୟନ କରିପାରନ୍ତି ।

ଅତିରିକ୍ତ ପୋଲିସ ଅଧୀକ୍ଷକ ନଶ୍ୟାମ ଚୌରସିଆ କହିଛନ୍ତି ହରିୟାଣାର ଦୁଇ ଜଣ ପୋଲିସ ଏହି ମାମଲାର ଯାଂଚhoney preet ପାଇଁ ଗୌରୀଫଂଟା ସୀମାରେ ପହଞ୍ଚିଥିଲେ । ଗୌରୀଫଂଟା ପୋଲିସ ସହ ହନିପ୍ରୀତଙ୍କ ବିଷୟରେ ହିରୟାଣା ପୋଲିସ ଆଲୋଚନା କରିଥିଲେ । ତେବ ହରିୟାଣା ପୋଲିସକୁ ହନିପ୍ରୀତଙ୍କ ବିଷୟରେ କୌଣସି ସୁରାକ ନମିଳିବାରୁ ସେମାନେ ଫେରି ଯାଇଛନ୍ତି । ଏହା ବ୍ୟତୀତ ସୂଚନା ଅନୁସାରେ ଜଣାପଡ଼ିିଛି ସୀମାରେ ପଂଜାବର ନମ୍ବର ଥିବା ଏକ ଅଜଣା ଗାଡ଼ି ଜବତ ହୋଇଛି । ଗାଡ଼ି ଜବତ ପରେ ଏହି ଗାଡ଼ି ସହ ହନିପ୍ରୀତଙ୍କ କିଛି ସମ୍ମନ୍ଦରେ ଅଛି କି ନାହିଁ ସେନେଇ ଯାଂଚ କରାଯାଇଛି ।

ହନିପ୍ରୀତ କିଏ ?

honeypritହନିପ୍ରୀତଙ୍କ ମୂଳ ନାଁ ହେଉଛି ପ୍ରିୟଙ୍କା ତନେଜା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହରିୟାଣାର ହିସାର ନିବାସୀ ପ୍ରିୟଙ୍କା, ରାମରହିମଙ୍କ ନିକଟକୁ ଆସିଥିଲେ ଅଭିଯୋଗ ନେଇ । ଶ୍ୱଶୁର ଘର ଲୋକ ଯୌତୁକ ନିର୍ୟାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ ବାବାଙ୍କ ନିକଟରେ । ୨୦୦୯ରେ ରାମରହିମ ତାଙ୍କୁ ପୋଷ୍ୟକନ୍ୟା କରିଥିଲେ ଏବଂ ତାଙ୍କ ନାଁ ରଖିଥିଲେ ହନିପ୍ରୀତ ଇନସାନ୍ । ଏହାପରେ ସେ ସିରସାସ୍ଥିତ ଡେରା ଆଶ୍ରମରେ ରହିଥିଲେ । ୨୦୧୨ ମସିହା । ହନିପ୍ରୀତଙ୍କୁ ନେଇ ଆଉ ଏକ ବିବାଦ ସୃଷ୍ଟି ହେଲା । ହନିପ୍ରୀତଙ୍କ ସ୍ୱାମୀ ସାଂଘାତିକ ଅଭିଯୋଗ କରିଥିଲେ ରାମରହିମଙ୍କ ବିରୋଧରେ ।

ରାମରହିମ ତାଙ୍କ ପତ୍ନୀଙ୍କୁ ଯୌନଶୋଷଣ କରୁଥିବା ଅଭିଯୋଗ କରି କୋର୍ଟରେ ମାମଲା ଦାୟର କରିଥିଲେ ।Honeypreet ଅବଶ୍ୟ ପରେ ଏହି ମାମଲାକୁ ପ୍ରତ୍ୟାହାର କରି ନେଇଥିଲେ ହନିପ୍ରୀତଙ୍କ ସ୍ୱାମୀ । ଏହି ବିବାଦର ସମାଧାନ ହୋଇଥିଲା, ମାତ୍ର ଆଶ୍ରମରୁ ଆଉ ଫେରି ନଥିଲେ ହନିପ୍ରୀତ । କୁହାଯାଏ, କିଛି ଦିନ ଭିତରେ ହନିପ୍ରୀତ ପାଲଟି ଯାଇଥିଲେ ରାମରହିମଙ୍କ ଲାଡଲୀ ଝିଅ । ରାମରହିମଙ୍କୁ ସବୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ହନିପ୍ରୀତଙ୍କୁ । ରାମରହିମ୍ କରିଥିବା ୫ଟି ଫିଲ୍ମରେ ହନିପ୍ରୀତଙ୍କର ପ୍ରମୁଖ ଭୂମିକା ଥିଲା । ଅଭିନୟ ସହ ଫିଲ୍ମ ଏଡିଟିଂ, ନିର୍ଦ୍ଦେଶନାଠାରୁ ଫିଲ୍ମ ପ୍ରମୋସନ ପର୍ୟ୍ୟନ୍ତ ସେ ଥିଲେ ମୁଖ୍ୟ କାର୍ପେଟଦାର । ତାଙ୍କର ବହୁମୁଖୀ ପ୍ରତିଭାକୁ ବେଶ୍ ତାରିଫ କରୁଥିଲେ ବିବାଦୀୟ ବାବା ରାମରହିମ ।

ସୂଚନାଯୋଗ୍ୟ ଖବର ଆସୁଥିଲା ପାଳିତ ଝିଅ ହନିପ୍ରୀତକୁ ଭେଟିବା ପାଇଁ ଜିଦ୍ କରୁଛନ୍ତି ଜେଲରେ ଥିବା ବଳାତ୍କାରୀ ବାବା ରାମ ରହିମ୍ । ଆଶ୍ରମର ଦୁଇ ସାଧ୍ୱୀଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ରୋହତକ୍ ଜେଲରେ ବନ୍ଦୀ ଥିବା ରାମରହିମ୍ ନିଜ ପତ୍ନୀଙ୍କୁ ଭେଟିବାକୁ ଚାହୁଁନଥିଲେ, ହେଲେ ପାଳିତ ଝିଅ ହନିପ୍ରୀତକୁ ଦେଖା କରିବାକୁ ଉଚ୍ଛନ୍ନ ହେଉଥିଲେ ।