ପୁଣି ଚମକିଲେ ଭାଇଜାନ ! ଏବର୍ଷର ସବୁଠାରୁ ବଡ଼ ବ୍ଲକବ୍ଲଷ୍ଟର ପ୍ରମାଣିତ ହେଲା ‘ଟାଇଗର ଜିନ୍ଦା ହୈ’

49

ଦବଙ୍ଗ ହିରୋ ସଲମାନ ଖାନଙ୍କ ଅଭିନିତ ସିନେମା ସବୁବେଳେ ସୁପରହିଟ ହୋଇଆସିଛି, ଯାହା ତାଙ୍କୁ ବଲିଉଡରେ ଜଣେ ପ୍ରଖ୍ୟାତ ଅଭିନେତା ଭାବରେ ପରିଚିତ କରିପାରିଛି । କିନ୍ତୁ ଏତେ ସବୁ ସୁପରହିଟ୍ ସିନେମା ମଧ୍ୟରେ ଫ୍ଲପ ଫିଲ୍ମ କୌଣସି ପ୍ରଭାବ ପକାଏ ନାହିଁ ସଲୁ ମିଆଁଙ୍କ ଉପରେ । ଏହା ପ୍ରମାଣ କରିଛି ତାଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ । କାରଣ ଟ୍ୟୁବଲାଇଟ ଫ୍ୟୁଜ୍ ହୋଇ ଯାଇଥିଲେ ମଧ୍ୟ ସଲମାନଙ୍କ ଫିଲ୍ମ କ୍ୟାରିଅର ଉପରେ କୌଣସି ଖରାପ ପ୍ରଭାବ ପଡ଼ିନଥିଲା ଯାହାକୁ ପ୍ରମାଣିତ ହୋଇଛି ସିମେନାର ରୋଜଗାର ନେଇ ରିପୋରର୍ଟ ଆସିବା ପରେ  ।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ,  ସିମେନା ‘ଟାଇଗର ଜିନ୍ଦା ହୈ’ ବକ୍ସ ଅଫିସରେ ପ୍ରଥମ ଦିନରେ ହିଁ ୩୮ କୋଟିରେ ପହଂଚିିଛି । ଯାହାକି ବାକି ସିନେମାକୁ ପଛରେ ପକାଇଦେଇଛି । ଖାଲି ସେତିକି ନୁହେଁ, ଭାରତରେ ପାଖାପାଖି ୮୦ ପ୍ରତିଶତ ବୁକିଂ ସହିତ ଓପନିଙ୍ଗ ହୋଇଛି ସିନେମା ଟାଇଗର ଜିନ୍ଦା ହୈ । ଓଭରସିଜରେ ମଧ୍ୟ ଫିଲ୍ମ ଜବରଦସ୍ତ ରୋଜଗାର କରିଛି । ଫିଲ୍ମ ଅଷ୍ଟ୍ରେଲିୟାରେ ୨୪ଟି ସ୍କ୍ରିନରେ ରିଲିଜ ହୋଇଛି ଏବଂ ସେଠାରେ ୧.୦୧ କୋଟି ରୋଜଗାର ରହିଥିବା ବେଳେ  ନିଉଜିଲାଣ୍ଡରେ ୧୯ଟି ସ୍କ୍ରିନରେ ୩୮.୫୪ଲକ୍ଷ ଟଙ୍କା ରୋଜଗାର କରିଛି ।

ତେବେ ଫିଲ୍ମ ୨୨ ଡିସେମ୍ବରକୁ ରିଲିଜ ହୋଇଛି ଏବଂ ଫିଲ୍ମକୁ ବିରୋଧ କରି କେତେକ ସ୍ଥାନରେ ଭଙ୍ଗା ରୁଜା ମଧ୍ୟ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏଥିସହିତ ସଲମାନ ଏବଂ ଶିଳ୍ପାଙ୍କ ବିରୋଧରେ ବାଲ୍ମିକୀ ସମାଜ ଏକ ମାମଲା ରୁଜୁ କରିଥିବାରୁ ସେମାନଙ୍କ ପାଇଁ ଅସୁବିଧା ବଢିବାରେ ଲାଗିଛି ।