ଲିସବନ ସଡକରେ ଅନୁଷ୍କାଙ୍କ ଲାଇଭ ନୃତ୍ୟ : ୟୁଟ୍ୟୁବରେ ଭିଡିଓ ଭାଇରାଲ

49

3ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ୨୦୦୮ରେ ଶାହାରୁଖଙ୍କ ସହ “ରବ୍ ନେ ବନା ଦି ଯୋଡି”ରେ ଆରମ୍ଭ କରିଥିଲେ ନିଜର ଫିଲ୍ମ କ୍ୟାରିୟର । ଏବେ ପୁଣି ସେହି କୋ-ଷ୍ଟାର ଶାହାରୁଖ ଓ ନିର୍ଦେଶକ ଇମିତାଜ ଅଲ୍ଲୀଙ୍କ ସହ ରିପିଟ କରିବାକୁ ଯାଉଛନ୍ତି ସେହି ପୁରୁଣା ରୋମାନ୍ସ । ଆଗାମୀ ଫିଲ୍ମ “ଦ ରିଙ୍ଗ୍ ”ର ସୁଟିଂରେ ଅନୁଷ୍କା ଏବେ ପର୍ତୁଗାଲର ଲିସବନରେ । ସେଠାରେ ସୁଟିଂ ସହ ମଜା ନେଉଛନ୍ତି ଫ୍ୟାନଙ୍କ ସହ ଲିସବନ ସଡକରେ ।

44ରିଲ ନୁହେଁ ଲାଇଭ୍ ନୃତ୍ୟ କରିବାର ଦୃଶ୍ୟ ଲିସବନ ସଡକରେ ଅନୁଷ୍କାଙ୍କର ଖୁବ୍ ଭାଇରାଲ ସାଜିଛି । ଖୁଲମଖୁଲା ପୂରା ଜୋଶରେ ଅନୁଷ୍କା ନୃତ୍ୟ କରିବାର ଦେଖିବାକୁ ମିଳିଛି । ଆଉ ଏହାକୁ ସେ ମନଭରି ଉପଭୋଗ କରୁଛନ୍ତି ମଧ୍ୟ । ସେଠାରେ ଥିବା ଫ୍ୟାନମାନେ ମଧ୍ୟ ତାଙ୍କର ନୃତ୍ୟ ତାଳେ ତାଳେ ନାଚିଛନ୍ତି । ଏହାକୁ ଦେଖି ଆପଣ ବି ଖୁସିରେ ଝୁମି ଯିବେ।

ଅଭିନେତ୍ରୀ ଅନୁଷ୍କା ନିଜର ଏହି ଭିଡିଓ କ୍ଲିପକୁ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଉ ବହୁତ ମାତ୍ରାରେ ଏହାକୁ ପସନ୍ଦ କରିଛନ୍ତି ଫ୍ୟାନମାନେ ।

ଲିସବନ ଷ୍ଟ୍ରିଟରେ ଅନୁଷ୍କାଙ୍କ ମନଖୋଲା ଲାଇଭ ନୃତ୍ୟକୁ ଦେଖନ୍ତୁ ଏହି ଭିଡିଓରେ