ବାଣୀ ବିହାରରେ ଥମୁନି ଉତ୍ତେଜନା : ବସିଲା ପିଜି କାଉନସିଲ୍ ବୈଠକ

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାଣୀ ବିହାରରେ ଉତ୍ତେଜନା ଥମିବାର ନାଁ ନେଉନିି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ସଭାପତି ପ୍ରାର୍ଥୀ ମହେଶ ପ୍ରସାଦଙ୍କ ଅପରାଧିକ ରେକର୍ଡକୁ ନେଇ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ମହେଶଙ୍କ ପ୍ରାର୍ଥୀପତ୍ର ରଦ୍ଧ କରିବାକୁ ଦାବି କରୁଥିବା ବେଳେ ଏନେଇ ଆଜି ପିଜି କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ପିଜି କାଉନସିଲ ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି । ବୈଠକରେ ମହେଶଙ୍କ ପ୍ରାର୍ଥୀପତ୍ର ରଦ୍ଧ କରାଯିବ କି ନାହିଁ ନିଷ୍ପତି ନିଆଯିବ ।

ଗତାକାଲି ଛାତ୍ର ବିଜେଡ଼ି ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଥିବା ଅଭିଯୋଗ କରି ଏବିଭିପି ଓ ଛାତ୍ର କଂଗ୍ରେସ ବିଶ୍ୱବିଦ୍ୟାଳୟ ପରିସରରେ ପୋଡ଼ାଜଳା କରିଥିଲେ । ସଂନ୍ଧ୍ୟାରେ ଛାତ୍ରଛାତ୍ରୀମାନେ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ କରିଥିଲେ। ଅପରାଧିକ ରେକର୍ଡ ଥିବା ଛାତ୍ର ବିଜେଡି ପ୍ରାର୍ଥୀ ମହେଶ ପ୍ରସାଦଙ୍କ ପ୍ରାର୍ଥୀପତ୍ରକୁ ରଦ୍ଧ କରିବା ପାଇଁ ସେମାନେ ଦାବି କରିଥିଲେ। ଗେଟ୍ ସାମ୍ନାରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିବା ସହ ଟାୟର ଜାଳି ରାସ୍ତାରୋକ୍ କରିଥିଲେ।