ଘରେ ଲଗାନ୍ତୁ ଏହି ଗୋଟିଏ ଡିଭାଇଜ୍ । ବିଜୁଳି ବିଲରୁ ପାଇବେ ରକ୍ଷା

1,365

କନକ ବ୍ୟୁରୋ : ଖରାଦିନେ ବିଜୁଳି ବିଲ୍ ଅଧିକ ଆସିବା ସ୍ୱାଭାବିକ୍ କଥା । କିନ୍ତୁ ଆବଶ୍ୟକତାଠୁ ଅଧିକ ବିଲ୍ ଆସିଲେ ସମସ୍ତଙ୍କୁ କଷ୍ଟ ଲାଗିଥାଏ । ଯଦି ଆପଣ ବିଜୁଳି ବିଲକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଘରେ ଆଣି ଏକ ଡିଭାଇଜ୍ ଲଗାଇବାକୁ ପଡିବ । ଏହି ଡିଭାଇଜ୍ ଲଗାଇବା ପରେ ଆପଣ ବିଜୁଳି ବିଲରୁ ରକ୍ଷା ପାଇପାରିବେ । ଆସନ୍ତୁ ଜାଣିବା କେମିତି…

ବିଜୁଳି ବିଲ କମ୍ ଆସିବାକୁ ଚାହୁଁଥିଲେ, ଘରେ ଆଣି ଲଗାନ୍ତୁ ସୋଲାର୍ ପ୍ୟାନେଲ୍ । ଏହା ଏପରି ଏକ ପ୍ରଡକ୍ଟ, ଯାହା ସୂର୍ଯ୍ୟ ଶକ୍ତିରେ ଚାଲିଥାଏ । ଯଦି ଆପଣଙ୍କ ଘରେ ଏସି, ଫ୍ରିଜ୍, କୁଲର, ପଙ୍ଖା ବ୍ୟବହାର ହେଉଛି ତେବେ ସୋଲାର ସିଷ୍ଟମ୍ ନିଶ୍ଚୟ ଲଗାନ୍ତୁ । ସୋଲାର ସିଷ୍ଟମ୍ ଦ୍ୱାରା ଆପଣ ଘରେ ଯାହାବି ଇଲେକ୍ଟ୍ରିକ୍ ଜିନିଷ ବ୍ୟବହାର କରନ୍ତୁ ନା କାହିଁକି । ଆପଣଙ୍କୁ ଆଉ ଇଲେକ୍ଟ୍ରିକ୍ ବିଲ୍ ଦେବାକୁ ପଡିବ ନାହିଁ ।

ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲକୁ ଲଗାଇ ପାରିବେ । କିନ୍ତୁ ଲଗାଇବା ବେଳେ ଏହା ଧ୍ୟାନ ରଖିବା ଦରକାର କି, ଆପଣ ଯେଉଁ ସ୍ଥାନରେ ସୋଲାର ପ୍ୟାନେଲ ଲଗାଉଛନ୍ତି ସେଠାରେ ସୂର୍ଯ୍ୟ କୀରଣ ପଡୁଥିବା ଆବଶ୍ୟକ ।

ତେବେ ସୋଲାର ପ୍ୟାନେଲ ଲଗାଇବା ପାଇଁ ସରକାର ସବସିଡି ପ୍ରଦାନ କରୁଛନ୍ତି । ଏଥିପାଇଁ ସରକାରଙ୍କ ଯୋଜନା ଅନୁଯାଇ ଡକ୍ୟୁମେଣ୍ଟ୍ ଦେଇ ଆବେଦନ କରିବାକୁ ପଡିବ । ଆବେଦନ କରିବା ପରେ ଆପଣଙ୍କୁ ସୋଲାର ପ୍ୟାନେଲ ପାଇଁ ଡିସକାଉଣ୍ଟ୍ ମିଳିବ