ଅଶିକ୍ଷିତ ଲୋକଙ୍କୁ ଏଣିକି ମିଳିବନି ଡ୍ରାଇଭିଂ ଲାଇସେନ୍ସ । ଜାଣନ୍ତୁ କେଉଁ କୋର୍ଟ ଶୁଣାଇଲା ଏଭଳି ନିଷ୍ପତି

351

ଦେଶରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଦିନପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ଦିନ କେଉଁଠି ନା କେଉଁଠି ସଡକ ଦୁର୍ଘଟଣାରେ କେହି ନା କେହି ବ୍ୟକ୍ତି ଅକାଳରେ ଜୀବନ ହାରୁଛନ୍ତି । ଯାହାର ମୁଖ୍ୟ କାରଣ ଚାଳକଙ୍କ ଅସାବଧାନତା, ମଦ ପିଇ ଡ୍ରାଇଭିଂ କରିବା କିମ୍ବା ରାସ୍ତାରେ ଗତି କରୁଥିବା ମାତ୍ରାଧିକ ଯାନବାହନ ଯୋଗୁଁ ମଧ୍ୟ ଏଭଳି ସ୍ଥିତି ଉପୁଜିପାରେ । ତେବେ ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନ ହାଇକୋର୍ଟ ଏକ ଗୁରୁତ୍ୱ ପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଷ୍ଟିସ ସଂଜୀବ ପ୍ରକାଶଙ୍କ ଖଣ୍ଡପୀଠରେ ନିର୍ଦ୍ଦେଶ ଦିଆଯାଇଛି କି, କୌଣସି ବି ନିରକ୍ଷର ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ଜାରି କରାଯିବ ନାହିଁ । କୋର୍ଟର ରାୟ ଅନୁସାରେ, ଅଶିିକ୍ଷତ ତଥା ନିରକ୍ଷର ବ୍ୟକ୍ତି ସମାଜ ପାଇଁ ଘାତକ ପ୍ରମାଣିତ ହୋଇପାରନ୍ତି । କାହିଁକି ନା ରାସ୍ତା କଡରେ ଲଗାଯାଇଥିବା ସାଇନ ବୋର୍ଡକୁ ସେମାନେ ନା ପଢି ପାରିବେ ନା ହିଁ କୌଣସି ୱାଣ୍ଣିଂ ସିଗନାଲକୁ ବୁଝିପାରିବେ । ଯାହାଦ୍ୱାରା ସେମାନେ ନିଜ ପାଇଁ ଏବଂ ଅନ୍ୟ ମାନଙ୍କ ପାଇଁ ବିପଦଜ୍ଜନକ ପାଲଟିପାରନ୍ତି ।

ଏକ ମାମଲାର ଶୁଣାଣୀ କରି ରାଜସ୍ଥାନ ହାଇକୋର୍ଟ କହିଛି କି, ଆଇନ ଦୃଷ୍ଟିରୁ ମୋଟର ହ୍ୱିଲର ରୁଲ କେବଳ ବ୍ୟକ୍ତି ବିଶେଷଙ୍କ ଫାଇଦା ପାଇଁ ଲାଗୁ କରାଯାଇନି ବରଂ ପଥଚାରୀ ତଥା ଜନସାଧାରଣଙ୍କ ପାଇଁ ବି ବିଧେୟ । ତେଣୁ ଏଭଳି ପରିସ୍ଥିତିରେ ଏଭଳି ବ୍ୟକ୍ତିଙ୍କୁ ଲାଇସେନ୍ସ ଜାରି କରାଯିବ ନାହିଁ, ଯେଉଁମାନେ କି ଲେଖାପଢା ଜାଣିନାହାଁନ୍ତି । କାରଣ ନିରକ୍ଷର ବ୍ୟକ୍ତି ମାନବ ସୁରକ୍ଷା ପାଇଁ ରାସ୍ତା କଡରେ ଲଗାଥିବା ବିଭିନ୍ନ ସେଫ୍ଟି ବୋର୍ଡକୁ ନା ପଢିପାରିବେ ନା ହିଁ ବୁଝିପାରିବେ ।

କମର୍ସିଆଲ ହ୍ୱିଲର ପାଇଁ ୮ମ ପାସ୍ ହେବା ଜରୁୂରୀ

ଯଦିଓ ନିୟମ କହୁଛି କି, ମୋଟର ହ୍ୱିଲର ରୁଲରେ ନନ-କମର୍ସିଆଲ ଡ୍ରାଇଭିଂ ଲାଇସେନ୍ସ ପାଇଁ ସର୍ବନିମ୍ନ ଯୋଗ୍ୟତାର ସେଭଳି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ତେବେ ଯେଉଁ ମାନଙ୍କୁ ଟ୍ରାଫିକ୍ ସାଇନ ଏବଂ ଅନ୍ୟାନ୍ୟ ସଡକ ସୁରକ୍ଷା ଜନିତ ନିୟମ କାନୁନ ଜଣାଥିବ ସେମାନେ ଟେଷ୍ଟ ପାସ୍ କରି ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ । କିନ୍ତୁ କମର୍ସିଆଲ ଗାଡି ଚଲାଇବା ଲାଗି ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଷ୍ଟମ ପାସ୍ ହେବା ନିହାତି ଜରୁରୀ ।

କୋର୍ଟ ତରଫରୁ କୁହାଯାଇଛି କି, ସରକାରଙ୍କୁ ଏଭଳି ଆଇନ ପ୍ରସ୍ତୁତ କରିବା ଦରକାର । ଯାହା ନା କେବଳ ଲାଇସେନ୍ସଧାରୀଙ୍କ ପାଇଁ ବରଂ ସମସ୍ତ ପଥଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖୁଥିବ । ସରକାର ଏଭଳି ନିରକ୍ଷର ଲୋକଙ୍କୁ ଲାଇସେନ୍ସ ଜାରି ନକରନ୍ତୁ, ଯେଉଁମାନେ କି ଜାତୀୟ ରାଜପଥ ସହିତ ଅନ୍ୟ ରାସ୍ତାରେ ଯାତାୟତ ପାଇଁ ଲଗାଯାଇଥିବା ସାଇନ ବୋର୍ଡକୁ ପଢି ଏବଂ ବୁଝିପାରୁନଥିବେ ।