ବ୍ରହ୍ମପୁରରେ ଏନକାଉଂଟର ! ପୁଲିସ ଗୁଳିରେ ଦୁର୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା ଆହତ, ଏମକେସିଜିରେ ଭର୍ତି

25

କନକ ବ୍ୟୁରୋ : ବ୍ରହ୍ମପୁରରେ ପୁଲିସର ଏନକାଉଂଟର । ରମ୍ଭା ଥାନା କୋଇରାଶିରେ ରମ୍ଭା, ଶେରଗଡ ଓ ହିଂଜିଳି ପୁଲିସର ମିଳିତ ଏନକାଉଂଟରରେ ଆହତ ହୋଇଛି ଦୁର୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା । ସନ୍ତୋଷର ବାମ ଗୋଡରେ ଗୁଳି ବାଜିଥିବା ବେଳେ ସେ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତି ହୋଇଛି ।

ତା ପାଖରୁ ଗୋଟିଏ ମାଉଜର, ୨ଟି ଗୁଳି, ୫ଟି ଅଫୁଟା ବୋମା ସହ ଗୋଟିଏ ବାଇକ୍ ଜବତ ହୋଇଛି । ସନ୍ତୋଷର ପାଲାଟା ଗୁଳିରେ ହିଂଜିଳି ଥାନା ଆଇଆଇସି ପ୍ରଶାନ୍ତ ସାହୁ ଆହତ ହୋଇଛନ୍ତି । ଗତକାଲି ହୋଇଥିବା ବୋମାମାଡ ସହ ସନ୍ତୋଷ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଛି । ତେବେ ଜିଲ୍ଲାର ବିଭିନ୍ନ ଥାନାରେ ସନ୍ତୋଷ ନାଁରେ ବହୁ ଅପରାଧିକ ମାମଲା ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –