ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁଲା ! ଉପକୂଳ ଓଡିଶାରେ କାଳ ବୈଶାଖୀ ସମ୍ଭାବନା

28

କନକ ବ୍ୟୁରୋ : କାଳବୈଶାଖୀ ଯୋଗୁଁ ରାଜ୍ୟର କିଛି ଅଂଚଳରେ ତାପମାତ୍ରା ସାମାନ୍ୟ କମିଛି । ହେଲେ ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଅନୁଗୁଳରେ ସର୍ବାଧିକ ୪୨.୭ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ଝାରସୁଗୁଡା ଓ ବଲାଙ୍ଗିରରେ ପାରଦ ୪୨ ଡିଗ୍ରୀ ସେଲସିଅସ୍ ଟପିଛି । ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୪. ୭ ଡିଗ୍ରୀ ରହିଥିଲା ।

ଆଜି ତାତି ପ୍ରାୟ ଏକ ଡିଗ୍ରୀ ଅଧିକ ହୋଇପାରେ ଏବଂ ଆସନ୍ତା ୧୦ ତାରିଖ ବେଳକୁ ଏହା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଉପକୂଳ ଓଡିଶାରେ କାଳ ବୈଶାଖୀ ସମ୍ଭାବନା ରହିଥିବା ବେଳେ ପଶ୍ଚିମ ଓଡିଶାରେ ତାତି ବଢି ବଢି ଚାଲିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସ୍ଥିତି ଆସନ୍ତା ୬ ଦିନ ଲାଗି ରହିବ ବୋଲି କୁହାଯାଇଛି ।