ସାବଧାନ ! ଛୋଟ ପିଲାଙ୍କୁ  ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ , ଏହା କ୍ଷତିକାରକ ହୋଇପାରେ 

93

ଏବେ ସ୍ମାର୍ଟଫୋନ ସମସ୍ତଙ୍କୁ କିମିଆ କରିଛି । ଛୋଟ ଠାରୁ ବଡ ସମସ୍ତେ ଏଥିରେ ପାଗଳ । ଏହା ମନୋରଂଜନର ଦ୍ରବ୍ୟ ପାଲଟିଯାଇଛି । ଆପଣଙ୍କ ପିଲା ଆବଶ୍ୟକତା ଠାରୁ ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାରରେ ବିତାଉଛନ୍ତି କି ? ସାବଧାନ ହୋଇଯା’ନ୍ତୁ । ଏହା ପିଲାଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏହା ଆମେ କହୁନୁ , ଅନେକ ବିଶେଷଜ୍ଞ ଏଥିନେଇ ନିଜର ମତ ଦେଇଛନ୍ତି ।  କ୍ଲିନିକଲ୍ ସାଇକଲଜିଷ୍ଟ ଡା. ପୂଜା  ଶିଭମ ଜେଟଲୀ ଏମିତି ଏକ ମାମଲା ବିଷୟରେ  ସୂଚନା ଦେଇଛନ୍ତି । ଦିଲ୍ଲୀର  ମୂଳଚନ୍ଦ ଡାକ୍ତରଖାନାରେ  ଥରେ ଡା. ଜେଟଲୀଙ୍କ ପାଖରେ ଦୁଇଜଣ ଦଂପତି ନିଜର ୧୦ ବର୍ଷିୟ ପିଲାକୁ ନେଇ ଆସିଥିଲେ । ଏବଂ ସେ କହିଥିଲେ , ତାଙ୍କର ପିଲା  ଦିନରେ ୪-୫ ଘଂଟା  ସମୟ ଫୋନରେ ମୋବାଇଲ୍ ଗେମ୍ ଖେଳିବାରେ ବିତାଉଥିଲେ ।  ସେହି ପିତା-ମାତା ଯେତେବେଳେ ଏହି କାର୍ଯ୍ୟରୁ ନିବୃତ୍ତ ପାଇଁ ପିଲାଙ୍କ ଠାରୁ ମୋବାଇଲ୍  ନେଇଗଲେ ,ସେମାନେ ରାଗରେ  ଘରର ଜିନିଷ ଭାଂଗିଦେଇଥିଲେ । ଏବଂ ମାତା-ପିତାଙ୍କୁ ଗାଳି ବି କରିଥିଲେ । ସେହି ପିଲାର ଆଇକ୍ୟୁ ବହୁତ ଭଲ । ଏବଂ ଜଣେ ଭଲ ଛାତ୍ର ମଧ୍ୟ । ହେଲେ ଅଧିକ ଫୋନ ବ୍ୟବହାର କରିବା ଯୋଗୁଁ , ସେ ଆଉ ଏହାକୁ ଛାଡିବାକୁ ନାରାଜ ଏବେ । ଯାହା ତାର ସ୍ୱଭାବ ଉପରେ ପ୍ରଭାବ ପକାଇଛି ।

ଫୋନର ପ୍ରଭାବ – ଡା. ଜେଟଲୀଙ୍କ ପରି ସାରା ଦେଶରେ ଅନେକ ମେଡିକଲ ପ୍ରଫେଶନାଲ ଅଛନ୍ତି , ଯିଏକି ଏ ବିଷୟକୁ ନେଇ ଖୁବ୍ ଚିନ୍ତିତ ।  ଛୋଟ ପିଲାମାନେ ମୋବାଇଲକୁ ଅତି ବ୍ୟବହାର କରିବା ଦ୍ୱାରା ସାମାଜିକ ସମସ୍ୟା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ  ସମସ୍ୟା ମଧ୍ୟ ଦେଖାଦେଉଛି । ବହୁତ କମ୍ ବୟସରେ ପିଲାମାନେ ମୋବାଇଲ ଗେମ୍ସ ବା ଫୋନରେ ଅନ୍ୟ କୌଣସି କାମରେ ଲାଗିଯାନ୍ତି ତ ଖାଇବା ପିଇବା , ସଫା-ସୁତୁରା ଭଳି କଥାକୁ ଭୁଲିଯା’ନ୍ତି ଏବଂ ଚିଡଚିଡା ସ୍ୱଭାବର ହୋଇଯା’ନ୍ତି ।

ପିଲାଙ୍କୁ ଫୋନ ଦେବାର କାରଣ ଭିନ୍ନ ଭିନ୍ନ – ଡିପିଏସ୍ ଗାଜିଆବାଦର କାଉନସିଲର  ରିୟା ଯାଦବ କୁହନ୍ତି , ‘ପିଲାଙ୍କ ହାତରେ ଫୋନ ଦେବାର କାରଣ ଅଲଗା ଅଲଗା ଅଟେ । ବହୁତ ଛୋଟ ପିଲା ଯେପରି ୨ରୁ ୪ବର୍ଷର ଶିଶୁକୁ ମାତାପିତା ଫୋନ୍ ଏଥିପାଇଁ ଦିଅନ୍ତି କି କିଛି ସମୟ ପିଲାଟିର ମନ ବୁଝିଯାଉ ଏବଂ ସେମାନେ କିଛି ସମୟ ଯାଏ ଭଲରେ ନିଜର ଘର କାମ ସାରିଦେବେ । ଆଉ ଶାନ୍ତ ମନରେ ପିଲାଟି କିଛି ଖାଦ୍ୟ ଖାଇବ । ୬ରୁ ୧୨ ବର୍ଷର ପିଲାକୁ  ଫୋନ ଏଥିପାଇଁ ମାତାପିତା ଦିଅନ୍ତି କି ଯେତେବେଳେ ସେମାନେ ଅଧିକ ସମୟ ବାହର ରୁହନ୍ତି ,ଘର ଲୋକଙ୍କ ସଂପର୍କରେ ରହିପାରିବେ ।’

ଆଉ ମଧ୍ୟ ମାତାପିତା ଏହି କଥାରେ ଗର୍ବ ଅନୁଭବ କରନ୍ତିକି ତାଙ୍କର ଛୋଟ ପିଲା ଆପେ ଆପେ  ୟୁଟ୍ୟୁବ୍  ଖୋଲି ନିଜ ପସନ୍ଦର ଭିଡିଓ ଦେଖିଥାନ୍ତି ବୋଲି । କିନ୍ତୁ ଏହା ଖୁସି ହେବାର କଥା ନୁହେଁ , ଏହା ଏକ ସମସ୍ୟା ଅଟେ ।  ଯଦି ପିଲାଙ୍କ ଉପରେ ନଜର ଦିଆ ନଯାଏ ତ ସେମାନେ ନିଜ ମନମୁତାବକ ୟୁଟ୍ୟୁବ୍ ଓ ଇଂଟରନେଟରେ ଥିବା କିଛି ବି ଦେଖିପାରନ୍ତି , ଯାହା ତାଙ୍କ ପାଇଁ କ୍ଷତିକାର ହୋଇପାରେ । ଏଣୁ ବେଳହୁଁ ସାବଧାନ ହେଲେ ପ୍ରମାଦ ଆଉ ପଡିବ ନାହିଁ ।

ସୌଜନ୍ୟ-ନବଭାରତ ଟାଇମ୍ସ