କାହା ପୁଅ ସାଉଥ ସୁପରଷ୍ଟାର୍ ଧନୂଷ ! ସାମ୍ନାକୁ ଆସିଲା ସତ
କାହା ପୁଅ ସାଉଥ ସୁପରଷ୍ଟାର୍ ଧନୂଷ । ଦୀର୍ଘଦିନର ଏହି ଚର୍ଚ୍ଚାରେ ଆଜି ପଡିଛି ପୂର୍ଣ୍ଣଛେଦ । ଜଜ୍ ମାମଲାକୁ ଖାରଜ କରିବା ସହ ଶୁଣାଣୀ କରିଥିଲେ । ଆଉ ମଦ୍ରାସ୍ କୋର୍ଟର ରାୟ ଆସିଛି ଧନୂଷଙ୍କ ସପଷରେ । ଶୁଣାଣୀ ବେଳେ ଧନୂଷ ମା’ ବିଜୟଲକ୍ଷ୍ମୀଙ୍କ ସହ କୋର୍ଟରେ ଉପସ୍ଥିତ ଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ତଳେ ଜଣେ ଦମ୍ପତି ଧନୂଷଙ୍କୁ ନିଜର ପୁଅ ବୋଲି ଦାବି କରି ମାମଲା ଦାୟର୍ କରିଥିଲେ । ଏହା ସହ ମାସିକ ୬୫ ହଜାର ଟଙ୍କା ଭରଣ ପୋଷଣ ପାଇଁ ଦାବି କରିଥିଲେ । ଏହା ପରେ ଧନୂଷଙ୍କ ପାଖକୁ କୋର୍ଟର ସମନ୍ ଯାଇଥିଲା । ତେବେ ଧନୂଷ ଏହି ବୃଦ୍ଧ ଦମ୍ପତିଙ୍କ ନୁହେଁ ବରଂ ପ୍ରଯୋଜକ କସ୍ତୁରୀ ରାଜାଙ୍କ ପୁଅ ବୋଲି ପ୍ରମାଣିତ ହୋଇଛି ।
ଏହା ସହ ଦେଖନ୍ତୁ ସିନେମା ପାଇଁ ୩୨୪ବର୍ଷର ବୃଦ୍ଧ ! ଚିହ୍ନନ୍ତୁ ବଲିଉଡର କିଏ ଏହି ଲୋକପ୍ରିୟ ଅଭିନେତା