ଅଦ୍ଭୁତ ପରମ୍ପରା : ଏହି ମନ୍ଦିରରେ ମନୋସ୍କାମନା ପୂର୍ଣ୍ଣ ହୋଇସାରିବା ପରେ ଚଢ଼ାଯାଏ ଜୋତା-ଚପଲ

161

ଆମ ଦେଶର ଅନେକ ସ୍ଥାନରେ ଏମିତି ମନ୍ଦିର ଅଛି, ଯେଉଁଠି ପରମ୍ପରାଗୁଡିକୁ ଶୁଣି ଅନେକ ଥର ବିଶ୍ୱାସ କରିବା ସମ୍ଭବ ହୁଏନି । ଆଜି ଆମେ ଏମିତି କିଛି ମନ୍ଦିର ବିଷୟରେ କଥା ହେବା । କେବେ ଆପଣ ଭାବିଛନ୍ତି କି ଯେତେବେଳେ ପୂଜା କରିବା ପାଇଁ ଆପଣ ମନ୍ଦିରକୁ ଯାଆନ୍ତି, ତେବେ ଚପଲ ନେଇକି ଯାଆନ୍ତି କି ? ନାହିଁ ନା । ସେହି ଚପଲ ପୁରା ନୂଆ ହୋଇଥାଉ ନା କାହିଁକି । କିନ୍ତୁ ଆମ ଦେଶରେ ଏମିତି ମନ୍ଦିର ଅଛି, ଯେଉଁଠି ଚପଲର ମହତ୍ୱ ଅଧିକ । ଏଠି ମନ୍ଦିରରେ ଚଢ଼ାଯାଏ ଚପଲ ।

ଯେଉଁ ମନ୍ଦିର ଭିତରେ ଚପଲ ନେଇଯିବାକୁ ଅନୁମତି ଅଛି, ସେଇଠି ଚପଲ ପ୍ରସାଦ କିମ୍ବା ଭେଟି ଭାବେ ଦିଆଯାଏ । ଏମିତି ମନ୍ଦିର ହେଉଛି ଭୋପାଳର କୋଲାର ସ୍ଥିତ ଜୀଜାବାଇ ମନ୍ଦିର, କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାର ଲକମ୍ମା ମନ୍ଦିର ।
ଭୋପାଳ ସ୍ଥିତ ଜୀଜାବାଇ ମନ୍ଦିର ଏକ ପାହାଡ ଉପରେ ଅଛି । ଏହି ମନ୍ଦିରକୁ ସିଦ୍ଧିଦାତ୍ରୀ ପାହାଡ ମାତାର ମନ୍ଦିର କୁହାଯାଏ । ଏଠି ଦେବୀଙ୍କୁ ନୂଆ ନୂଆ ଚପଲ ଓ ସ୍ୟାଣ୍ଡଲ ଚଢ଼ାଯାଏ । ଏହି ମନ୍ଦିରର ପୂଜାରୀ ଦେବୀ ମାଆଙ୍କ ପୂଜା ଓ ରକ୍ଷଣାବେକ୍ଷଣ ମାତା ରୂପରେ ନୁହେଁ ବରଂ ଝିଅ ରୂପରେ କରନ୍ତି । ସୂଚନା ମୁତାବକ, ଶିବ-ପାର୍ବତୀ ବିବାହର ଆୟୋଜନ କରିବା ସମୟରେ ପୂଜାରୀ ମାଆ ପାର୍ବତୀଙ୍କ କନ୍ୟାଦାନ କରିଥିଲେ । ସେବେଠାରୁ ସେ ଦେବୀ ମାଆଙ୍କ ସେବା ଝିଅ ଭାବେ କରିବାକୁ ଲାଗିଲେ । ଏହି ମନ୍ଦିରେ ଚଢ଼ାଯାଉଥିବା ଚପଲ ଓ ସ୍ୟାଣ୍ଡଲ ଯେତେବେଳେ ଅଧିକ ସଂଖ୍ୟାରେ ଏକତ୍ର ହୋଇଯାଏ । ତେବେ ପୂଜାରୀ ସେଗୁଡାକୁ ପ୍ରସାଦ ଭାବେ ମାଆଙ୍କ ଭକ୍ତଙ୍କୁ ବାଂଟି ଦିଆଯାଏ । ଏଠି ବିଶ୍ୱାସ ଅଛି ଯେ, ମାଆଙ୍କୁ ନିଷ୍ଠା ମନରେ ଡାକିଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଇଚ୍ଛା ପୂର୍ତ୍ତି ହେବା ପରେ ଭକ୍ତ ମାଆଙ୍କ ମନ୍ଦିରରେ ଭେଟ ସ୍ୱରୂପ ଚପଲ ଚଢ଼ାଯାଏ ।

ଲକମ୍ମା ଦେବୀ ମନ୍ଦିର କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାରେ ସ୍ଥିତ । ଏହି ମନ୍ଦିରକୁ ବହୁତ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ମନୋସ୍କାମନା ପୂରଣ ସକାଶେ ଆସନ୍ତି । ଏବଂ ନିଜ ପ୍ରାର୍ଥନା ସ୍ୱୀକାର ହେବା ପରେ ଏହି ମନ୍ଦିର ପ୍ରାଙ୍ଗଣରେ ଥିବା ଗଛରେ ଜୋତା-ଚପଲ-ସ୍ୟାଣ୍ଡଲ ବନ୍ଧାଯାଏ । ଏହି ମନ୍ଦିରରେ ମାଆଙ୍କୁ ଏଥିପାଇଁ ଜୋତା-ଚପଲ ଚଢ଼ାଯାଏ, ମାଆ ତାକୁ ପିନ୍ଧି ରାତିରେ ପ୍ରତ୍ୟେକ ଜାଗା ଭ୍ରମଣ କରନ୍ତି ଓ ଭକ୍ତଙ୍କ ରକ୍ଷା କରନ୍ତି । ଦୀପାବଳୀ ପରେ ଏହି ମନ୍ଦିରରେ ଫୁଟୱେର ଫେଷ୍ଟିଭାଲର ଆୟୋଜନ କରାଯାଏ ।