କରୋନା ସଂକ୍ରମିତ ହେଲେ ଦିଲ୍ଲୀ ଉପରାଜ୍ୟପାଳ । ସାମାନ୍ୟ ଲକ୍ଷଣ ଥାଇ ପଜିଟିଭ୍ ଚିହ୍ନଟ

153

କନକ ବ୍ୟୁରୋ : କରୋନା ଧିରେ ଧିରେ ସମସ୍ତଙ୍କୁ ନିଜ କବଳକୁ ନେବାରେ ଲାଗିଛି । ଏହି କ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଂଗରୋଧରେ ରହିଛନ୍ତି । ସେ ଗଣମାଧ୍ୟମ ଜରିଆରେ ସୂଚନା ଦେଇ କହିଛନ୍ତି କି ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ସନ୍ଦେହରେ ପରୀକ୍ଷା କରିବାକୁ ପଜିଟିଭ୍ ବାହାରିଛି ।

ଅନ୍ୟପଟେ ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କିଛିଦିନ ହେବ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକ କୋଭିଡ ଟେଷ୍ଟ କରାଇ ନିଅନ୍ତୁ । ‘ମୁଁ ଦିଲ୍ଲୀ ସ୍ଥିତ ମୋ ବାସଭବନରେ ରହି ଦିଲ୍ଲୀର ପରିସ୍ଥିତି ନୀରୀକ୍ଷଣ କରିବି’ ।

କହିରଖୁ କି କିଛିଦିନ ହେବ ଦିଲ୍ଲୀ ସରକାର ଓ ଦିଲ୍ଲୀର ଉପରାଜ୍ୟପାଳଙ୍କୁ ନେଇ ବିବାଦ ଚାଲିଥିଲା । କେନ୍ଦ୍ର ସରକାର ଦିଲ୍ଲୀର ନିର୍ବାଚିତ ସରକାରଙ୍କ ହାତରୁ କ୍ଷମତା କାଢିନେଇ ଏବେ ଦିଲ୍ଲୀ ସରକାରର ପ୍ରମୁଖ କ୍ଷମତା ଉପରାଜ୍ୟପାଳଙ୍କ ହାତରେ ଦେଇଛନ୍ତି ।