ଦିନ ୨ ପରେ ରାଜ୍ୟରେ ବନ୍ଦ ହେବ ଦୋକାନ ବଜାର! ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ରାଜ୍ୟ ବ୍ୟବସାୟୀ ମହାସଂଘ । ଆସନ୍ତକାଲି ହୋଇପାରେ ବିଧିବଦ୍ଧ ଘୋଷଣା ।

934

କନକ ବ୍ୟୁରୋ: ଆସନ୍ତା ସୋମବାରଠାରୁ ରାଜ୍ୟରେ ଦିନ ୨ରୁ ବନ୍ଦ ରହିବ ଦୋକାନ ବଜାର । ଏନେଇ ଆଜି ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ରାଜ୍ୟରେ କରୋନାର ସଂକ୍ରମଣ ବଢୁଥିବା ଦେଖି ବ୍ୟବସାୟୀ ମହାସଂଘ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଯାହାକି ଆସନ୍ତା ୧୫ ତାରିଖ ଯାଏଁ କାର୍ଯ୍ୟକାରୀ ହେବ । ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦିଆଯାଇଛି, ଆସନ୍ତାକାଲି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି ।