ସିନେମା ‘ଆଦି ପୁରୁଷ’କୁ ନେଇ ବଢୁଛି ବିବାଦ, ରିଲିଜ ନକରିବାକୁ ହାଇକୋର୍ଟରେ ଆବେଦନ

264

କନକ ବ୍ୟୁରୋ : ଅପକମିଂ ବଲିଉଡ ଫିଲ୍ମ ଆଦିପୁରୁଷକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ବିବାଦ । ଫିଲ୍ମର ଚରିତ୍ର ଓ ଦୃଶ୍ୟ ଚିତ୍ରଣକୁ ନେଇ ବିରୋଧର ସ୍ୱର ଉଠିଥିବାବେଳେ ଏହାର ରିଲିଜ ଉପରେ ରୋକ ଲଗାଇବାକୁ ଜୋର ଧରିଛି ଦାବି । ବିଭିନ୍ନ ହିନ୍ଦୁ ସଂଗଠନ ସମେତ ବିଜେପି ଫିଲ୍ମକୁ ନେଇ ଆପତି ପ୍ରକାଶ କରିଛି ।

ଦିଲ୍ଲୀର ଏକ ଏନଜିଓ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାୟର କରିଛି । ପୌରାଣିକ କଥାବସ୍ତୁତ ରାମାୟଣକୁ ନେଇ ନିର୍ଦ୍ଦେଶକ ଓମ ରାଉତ ଫିଲ୍ମ ଆଦିପୁରୁଷ ନିର୍ମାଣ କରିଛନ୍ତି । ଫିଲ୍ମରେ ସ୍ଥାନ ପାଇଥିବା ଶ୍ରୀରାମ, ହନୁମାନ ଓ ରାବଣ ଚରିତ୍ରଙ୍କୁ କଦର୍ଥଭାବେ ଚିତ୍ରଣ କରାଯାଇଛି । ଏମାନଙ୍କ ବେଶ ଭୁଷା,ଡାଇଲଗ ସବୁ କିଛି ବିବାଦ ଭିତରେ ରହିଛି । ବିଭିନ୍ନ ହିନ୍ଦୁ ସଂଗଠନ ଓ ବିଜେପି ଫିଲ୍ମରୁ ବିବାଦୀୟ ଚିତ୍ର ଓ ଚରିତ୍ରକୁ ହଟାଇବା ସହ ଦେଶବାସୀଙ୍କୁ ନିର୍ଦ୍ଦେଶକ ଓମ ରାଉତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।