ପୁଣି ବିହାରରେ ପିକେ ଓ ନୀତିଶ କୁମାରଙ୍କ ବୟାନବାଜି, ନୀତିଶ କହିଲେ ବିଜେପି ପାଇଁ କାମ କରୁଛନ୍ତି ପିକେ

121

କନକ ବ୍ୟୁରୋ : ବିହାରରେ ଏବେ ନୀତିଶ କୁମାରଙ୍କୁ ଗୋଟିଏ ପଟେ ବିଜେପି ଟାର୍ଗେଟ୍ କରୁଛି ତ ଅନ୍ୟପଟେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ବା ପିକେ ଟାର୍ଗେଟ୍ କରୁଛନ୍ତି । ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । କିଛି ଦିନ ପୂର୍ବରୁ ଚର୍ଚ୍ଚା ହୋଇଥିଲା ପ୍ରଶାନ୍ତ କୁମାରଙ୍କୁ ସାକ୍ଷାତ କରି ତାଙ୍କୁ କୁଆଡେ ପଦବୀ ଲୋଭ ଦେଖାଇଛନ୍ତି ନୀତିଶ କୁମାର ।

ଏହି ଖବର ଏବେ ବିହାର ରାଜନୀତିରେ ଚର୍ଚ୍ଚାର ଶିରୋନାମା ପାଲଟିଥିବାବେଳେ ଏବେ ମୁୂହଁ ଖୋଲିଛନ୍ତି ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି କି ପ୍ରଶାନ୍ତ କିଶୋରଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ । ସେ କିଛି ବି କୁହନ୍ତି । ସେ ପ୍ରଶାନ୍ତଙ୍କୁ କୌଣସି ଅଫର ଦେଇ ନାହାଁନ୍ତି । ନୀତିଶ ଏକଥା କହିଛନ୍ତି ୫ବର୍ଷ ପୂର୍ବରୁ କଂଗ୍ରେସ ସହ ଜେଡିୟୁକୁ ମିଶାଇବା କଥା କହିଥିଲେ ପ୍ରଶାନ୍ତ । ଏବେ ସେ ବିଜେପି ସହ ହାତ ମିଶାଇ ଏଭଳି ମିଛ ଦାବି କରୁଛନ୍ତି ।