ଗୁଜରାଟରେ ଆକ୍ରମଣକୁ ରାହୁଲ ଗାନ୍ଧିଙ୍କ ତୀବ୍ର ନିନ୍ଦା : ଭୁବନେଶ୍ୱରରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ତୀବ୍ର ପ୍ରତିବାଦ

25

କନକ ବ୍ୟୁରୋ : ଗୁଜରାଟରେ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧିଙ୍କ ଗାଡି ଉପରକୁ ଟେକାମାଡ ପ୍ରତିବାଦରେ ଆଜି ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ଜନତା ମଇଦାନର ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ ।

ଯେଉଁଭଳି ଭାବେ ରାହୁଲ ଗାନ୍ଧିଙ୍କ ଗାଡି ଉପରକୁ ଆକ୍ରମଣ କରାଯାଇଛି ତାକୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ନିନ୍ଦା କରିଛନ୍ତି । ଏହା ବିଜେପି-ଆରଏସଏସର ଏକ ତରିକା ବୋଲି କହିଛନ୍ତି ରାହୁଲ ଗାନ୍ଧି ।