କେଉଁଠି ମୋଦିଙ୍କୁ ମିଳିଲାଣି ଜ୍ୱାଇଁ ତ ଆଉ କେଉଁଠି ସୋନିଆଙ୍କୁ ମିଳିଲାଣି ବୋହୂ ! ଦଳ ଦଳ ମଧ୍ୟରେ ଚାଲିଛି ଟ୍ୱିଟ୍ ୱାର୍ । 

32

ଦକ୍ଷିଣ ସିନେମାରେ ଅଭିନେତ୍ରୀ ରହିଆସିଥିବା କଂଗ୍ରେସ ନେତ୍ରୀ ଦିବ୍ୟା ସ୍ପନ୍ଦନା (ରାମୟା)ନିଜ ଟ୍ୱିଟର ଆକାଉଣ୍ଟରେ ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ଏକ ପୁରୁଣା ଭିଡିଓକୁ ଟ୍ୱିଟ୍ କରିଥିଲେ । ସେ ଏହି ଭିଡିଓରେ ଲେଖିଥିଲେ ଯେ ମୋଦି ଜି ଦେଖନ୍ତୁ ଆପଣଙ୍କ ଜ୍ୱାଇଁ ମିଳିଗଲା । ତେବେ ଏହି ଭିଡିଓରେ ରାକ୍ଷୀ ସାୱନ୍ତ ନିଜ ପୁରୁଷ ବନ୍ଧୁଙ୍କ ସହ କାରରେ ଯାତ୍ରା କରୁଥିବା ବେଳେ ଭିଡିଓ କରି ଫ୍ୟାନ୍ସକୁ ଜଣାଇଥିଲେ ଯେ, “ସମସ୍ତେ କହୁଛନ୍ତି ମୋତେ କେବେ ବର ମିଳିବ,ଦେଖ ଇଏ ହେଉଛନ୍ତି ମୋ ବର,ନ୍ୟୁୟର୍କରେ ମୋତେ ମୋ ମନର ରାଜକୁମାର ମିଳିସାରିଛି ।” ଉକ୍ତ ବାକ୍ୟ କହିବା ପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଙ୍ଗିତ କରି କହିଥିଲେ ଯେ, “ମୋଦି ଜି ଆପଣଙ୍କୁ ଆପଣଙ୍କ ଜ୍ୱାଇଁ ମିଳିଗଲା ।”

ଏହି ପୁରୁଣା ଭିଡିଓକୁ ଦିବ୍ୟା ସ୍ପନ୍ଦନା ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିବା ପରେ ବିଜେପି ନେତା ତଜିନ୍ଦର ପାଲ୍ ସିଂହ ବାଗା ଯେସାକୁ ତେସା ନୀତି ଆପଣାଇ ଆଉ ଏକ ପୁରୁଣା ଭିଡିଓକୁ ଟ୍ୱିଟ୍ କରି କହିଥିଲେ ଯେ, “ସୋନିଆ ଜି ଆପଣାଙ୍କୁ ଆପଣଙ୍କ ବୋହୂ ମିଳିଗଲା ।” ତେବେ ଏହି ଭିଡିଓରେ ଜଣେ ମହିଳା ରାହୁଲ ଗାନ୍ଧୀଙ୍କୁ ବିବାହ କରିବା କଥା କହିଥିଲେ । ଏହି ଭିଡିଓ ଏତେ ମଜେଦାର୍ ଥିଲା ଯେ କିଛି ସମୟ ମଧ୍ୟରେ ହିଁ ଭିଡିଓଟି ଖୁବ୍ ଭାଇରାଲ୍ ହୋଇ ଯାଇଥିଲା ।

ତେବେ ଦିବ୍ୟାଙ୍କୁ ମୁହଁତୋଡ୍ ଜବାବ୍ ଦେବା ପାଇଁ ଆଉ ଜଣେ ଟ୍ୱିଟର ୟୁଜର ଆଉ ଏକ ଭିଡିଓ ସେୟାର କରିଥିଲେ,ଯେଉଁଥିରେ ଖୋଦ୍ କଂଗ୍ରେସର ପୂର୍ବତମ ସାଂସଦ ଗୁଫରାମ୍ ଆଜମ୍ କହିଥିଲେ ଯେ, “ରାହୁଲଙ୍କୁ କିଏ ପପ୍ପୁ ଡାକୁଛି ତ ଆଉ କିଏ ଛୋଟ ପିଲା । ତେଣୁ ରାହୁଲଙ୍କ ଯାହା କରୁଛ କର କିନ୍ତୁ ନେତା କର ନାହିଁ ।”