କର୍କଟ ରୋଗୀଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବା କ୍ଷତିକାରକ ! ଜାଣନ୍ତୁ ଏହାର କାରଣ

25

ଅବସାଦ ସ୍ୱାସ୍ଥ୍ୟବାନ ଶରୀରକୁ ମଧ୍ୟ ରୋଗୀଣା କରିଦିଏ । ଯଦି କିଏ ମସ୍ତିଷ୍କ ବା ଗଳା କ୍ୟାନସରରେ ପୀଡିତ ଏବଂ ଏହା ସହ ସେ ଅବସାଦଗ୍ରସ୍ତ , ତାହେଲେ ଅଧିିକ ଦିନ ବଂଚିବା ତାଙ୍କ ପାଇଁ ମୁସ୍କିଲ୍ ହୋଇପଡେ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି କ୍ୟାନସର ଚିକିତ୍ସାର ସମୟ ରୋଗୀଙ୍କ ଠାରେ ଅବସାଦର ପରୀକ୍ଷା ଓ ଏହାସହ ସମ୍ବନ୍ଧିତ ଲକ୍ଷଣଗୁଡିକର ଚିକିତ୍ସା ମଧ୍ୟ କରାଇବା ଉଚିତ୍ ।

ୟୁନିଭର୍ସିଟି ଅଫ୍ ଲୁଇସବେଲି ସ୍କୁଲ୍ ଅଫ୍ ମେଡିସିନ୍ ତରଫରୁ କରାଯାଇଥିବା ଏହି ରିସର୍ଚ୍ଚର ସହ-ଲେଖକ ଏଲିଜାବେଥ୍ କେଚ୍ କହିଛନ୍ତି , ‘ଅନୁଧ୍ୟାନ ସମୟରେ ଆମେ ପାଇଲୁ କି ଯଦି କୌଣସି କ୍ୟାନସର ରୋଗୀ ୪ ବର୍ଷ ଯାଏ ବଂଚିବାର ଅଛି ତ ଅବସାଦ କାରଣରୁ ସେ କେବଳ ୨ ବର୍ଷ ବଂଚିପାରିବେ । ଏବଂ ଏହା ସେହି ଲୋକଙ୍କ ପାଇଁ ଯେଉଁମାନେ ଉପଚାର ସମୟରେ କୌଣସି ପ୍ରତିକ୍ରିୟା ଦେଇନଥାନ୍ତି ।’

ରିସର୍ଚ୍ଚକାରୀଙ୍କ ଅନୁସାରେ , ‘ମସ୍ତିଷ୍କ ବା ଗଳା କ୍ୟାନସର ପୀଡିତଙ୍କ ମଧ୍ୟରେ ଅବସାଦର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ । ଯେଉଁଥିରେ ସେମାନଙ୍କ ସାମନାରେ ଚିକିତ୍ସିୟ ଦୁଃଷ୍ପ୍ରଭାବର ସାମ୍ନା କରିବା , ଧ୍ରୁମପାନ ଛାଡିବା , ପର୍ଯ୍ୟାପ୍ତ ପୋଷଣ ଅଥବା ନିଦର ଅଭ୍ୟାସକୁ ଠିକରେ ରଖିବା ସମସ୍ୟା ଦେଖାଦେଇଥାଏ । ’

ଅବସାଦର ଲକ୍ଷଣ କଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରିମାଣକୁ ପ୍ରଭାବିତ କରିପାରେ ? ଏହା ଜାଣିବା ପାଇଁ ରିସର୍ଚ୍ଚକାରୀ ମସ୍ତିଷ୍କ ଓ ଗଳା କ୍ୟାନସରରେ ପୀଡିତ ୧୩୪ ରୋଗୀଙ୍କ ଆକଳନ କରିଛନ୍ତି । ଯେଉଁମାନେ ନିଜର ଚିକିତ୍ସା ସମୟରେ ଅବସାଦର ଲକ୍ଷଣର ସୂଚନା ସବୁ ଦେଇଛନ୍ତି ।ରିସର୍ଚ୍ଚକାରୀଙ୍କ ଦ୍ୱାରା ୨ ବର୍ଷଯାଏ ରୋଗୀଙ୍କ ଚିକିତ୍ସା ସଂଖ୍ୟାକୁ ଆକଳନରୁ ଜଣାପଡିଛି କି ଅଧିକ ଅବସାଦ ପୀଡିତ ରୋଗୀ ବଂଚିବାର ସମ୍ଭାବନା ବହୁତ କମ୍ ଥାଏ । ଏବଂ ତାଙ୍କର କିମୋରେଡିଏସନ୍ ଓ ଅନ୍ୟ ଚିକିତ୍ସାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ରିସର୍ଚ୍ଚ ‘କ୍ୟାନସର’ ପତ୍ରିକାରେ ପ୍ରକାଶିତ ହୋଇଛି ।

( ସୌଜନ୍ୟ- ନବଭାରତ ଟାଇମ୍ସ )