ପୁରୀ ଭଳି ଲିଙ୍ଗରାଜରୁ ମଧ୍ୟ ପ୍ରତ୍ୟାହୃତ ହେବ ବାଇ-ଲ । ବିବାଦ ଭିତରେ ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

86

କନକ ବ୍ୟୁରୋ: ବାଇ-ଲ ପ୍ରସଙ୍ଗକୁ ନେଇ ବିବାଦ ଥମୁନଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ସେ କହିଛନ୍ତି ଏହା ଏକ ଚିଠା ଅଧିନିୟମ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ । ପୁରୀ ଶ୍ରୀମନ୍ଦିରରୁ ଏହି ବାଇ-ଲ’ ପ୍ରତ୍ୟାହୃତ ହୋଇଛି । ଲିଙ୍ଗରାଜରୁ ମଧ୍ୟ ପ୍ରତ୍ୟାହୃତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଅନ୍ୟପଟେ  ଏ ସମ୍ପର୍କରେ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି- ମୁଖ୍ୟମନ୍ତ୍ରୀ ଯେତେବେଳେ ଲିଙ୍ଗରାଜ ମନ୍ଦିରର ବିକାଶ କାମକୁ ହାତକୁ ନେଇଛନ୍ତି ଠିକ୍ ସେତେବେଳେ ବାଇ-ଲ’ ଆଣି ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ । ଲୋକଙ୍କ ଭାବାବେଗ ଓ ସେବାୟତଙ୍କ ଦାବିକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିବା ପାଇଁ ସମୀର ଦାସ ଦାବି କରିିଛନ୍ତି ।

ସେହିପରି ଏହି ବାଇ-ଲ’ ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିଛି ପ୍ରଦେଶ କଂଗ୍ରେସ । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏକ ହସ୍ତାକ୍ଷର ଅଭିଯାନ ଆରମ୍ଭ କରାଯାଇଛି । ବାଇ-ଲ’କୁ ପ୍ରତ୍ୟାହାର କରିବା ଦାବିରେ କଂଗ୍ରେସ ଏହି ହସ୍ତାକ୍ଷର ଅଭିଯାନ କରିଥିବା ବେଳେ ଏଥିରେ ସାଧାରଣ ଜନତା ଓ ସେବାୟତ ସାମିଲ ହୋଇଛନ୍ତି ।