ସଖା ନାହାଁନ୍ତି ବକୁଳବନରେ ! ସତ୍ୟବାଦୀ ବକୁଳବନରୁ ଗୋଦାବରିଶ ମିଶ୍ର ଗାୟବ

185

କନକ ବ୍ୟୁରୋ : ବକୁଳବନରୁ ପଣ୍ଡିତ ଗୋଦାବରିଶ ମିଶ୍ର ଗାୟବ । କେନ୍ଦ୍ର ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ପଂଚଶଖା ମୂର୍ତିଙ୍କ ମଧ୍ୟରୁ କେହି ଦୁବୃର୍ତ ପଣ୍ଡିତ ଗୋଦାବରିଶ ମିଶ୍ରଙ୍କ ମୂର୍ତି ଚୋରି କରି ନେଇଛି । ଏଥିସହ ଆଉ ଜଣେ ମହାପୁରୁଷ ଆଚାର୍ଯ୍ୟ ହରିହରଙ୍କ ମୂର୍ତିକୁ ମଧ୍ୟ ଭଙ୍ଗା ଯାଇଛି ।

ନିଶାସକ୍ତଙ୍କ ଚରାଭୂଇଁ ପାଲଟିଛି ବକୁଳବନ । ସେମାନେ ଏପରି କାଣ୍ଡ ଭିଆଇଥିବା ବକୁଳବନ ସୁରକ୍ଷାକର୍ମୀ ଅଭିଯୋଗ କରିଛନ୍ତି । ସେପଟେ ଥାନାରେ ଲିଖିତ ଅଭିଯୋଗ କରିଛି ସତ୍ୟବାଦୀ ଗୋପିନାଥ ଦେବ ଏଣ୍ଡାଓମେଂଟ ଟ୍ରଷ୍ଟ ।

କେନ୍ଦ୍ର ପର୍ଯ୍ୟଟନ ବିଭାଗ ବକୁଳବନରେ ପଂଚଶଖା ମୂର୍ତି ନିର୍ମାଣ କରି ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ମନ୍ଦିର ପରିଚାଳନା କମିଟି ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲା । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଛି ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ବକୁଳବନର ପୁନରୁଦ୍ଧାର ପାଇଁ ୫ କୋଟିଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ଏହି ଐତିହ୍ୟ ସ୍ଥଳୀର ସୁରକ୍ଷା ଚିନ୍ତା ମୁଣ୍ଡ ଟେକିଛି । ସ୍ୱାଧୀନତା ସଂଗ୍ରାମର ପୁରୁଦ୍ଧା କୁହାଯାଉଥିବା ପଂଚଶଖାଙ୍କ ଐତିହ୍ୟସ୍ଥଳୀରେ ଏବେ ଦୁବୃର୍ତଙ୍କ ଅଡ୍ଡା । ଏହି ମହାପୁରଷଙ୍କ ସମ୍ମାନାର୍ଥେ ପ୍ରଶାସନ ସଜାଗ ରହିବା ପାଇଁ ଦାବି ଜୋର ଧରିଛି ।