ରାଜକନିକା ବ୍ଳକର ସମ୍ବାଦ ପ୍ରତିନିଧି ବ୍ରଜ କିଶୋର ସିଂଙ୍କର ଦେହାନ୍ତ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

80

କନକ ବ୍ୟୁରୋ : ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା । କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ବ୍ଳକର ସମ୍ବାଦ ପ୍ରତିନିଧି ବ୍ରଜ କିଶୋର ସିଂଙ୍କର ଦେହାନ୍ତ ହୋଇଛି । ମାତ୍ର ୪୪ ବର୍ଷ ବୟସରେ ହୃଦଘାତରେ ତାଙ୍କର ପ୍ରାଣହାନୀ ହୋଇଛି ।

ଗତକାଲି କଟକର ଏକ ଘରୋଇ ମେଡ଼ିକାଲରେ ତାଙ୍କର ପରଲୋକ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀର ଜନ୍ମମାଟି ଗଂଜା ଗ୍ରାମରୁ ଏକ ଶୋଭାଯାତ୍ରାରେ ଅଶୋକ ବଜାର, ବାଘବୁଦା, କଂଟପଡ଼ା ବଜାର ପରିକ୍ରମା କରାଯାଇଥିଲା । ଶୋଭାଯାତ୍ରା ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।