ପଂଚାୟତ ନିର୍ବାଚନ : ବିରୋଧୀ ଦଳ ପ୍ରାର୍ଥୀଙ୍କୁ ବିଜେଡି ଧମକାଉଥିବା ଅଭିଯୋଗ ଆଣିଲା ବିଜେପି; ନିର୍ବାଚନ କମିଶନଙ୍କୁ ଭେଟିଲେ ପ୍ରତିନିଧି ଦଳ

ବିଜେଡି ନେତା କହିଲେ, ପ୍ରାର୍ଥୀ ନଥିବାରୁ ଅନ୍ୟ ଉପରେ ଦୋଷ ଲଦୁଛି ବିଜେପି

111

କନକ ବ୍ୟୁରୋ : ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ପଂଚାୟତ ନିର୍ବାଚନରେ ବିରୋଧୀ ଦଳର ବିଭିନ୍ନ ପ୍ରାର୍ଥୀଙ୍କୁ ଧମକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛି ବିଜେଡି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି ବିଜେପିର ପ୍ରତିନିଧି । ଯାଜପୁର, ବରଗଡ଼, ମାଲକାନଗିରି ସମେତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଶାସକ ଦଳ ଏପରି କରୁଥିବା ଅଭିଯୋଗ ଆଣିଛି ବିରୋଧୀ ।

ଏହା ସହ ମାଲକାନଗିରି କାଲିମେଳାର ଜିଲ୍ଲା ପରିଷଦ ପ୍ରାର୍ଥୀକୁ ୨ଦିନ ହେବ ଅପହରଣ କରି ନିଆଯାଇଥିବା ଅଭିଯୋଗ ଆଣିଲା ବିଜେପି । ବିଜେପିର ଅଭିଯୋଗ ପରେ ବିଜେଡି କହିଛି ବିଜେପିରେ କନ୍ଦଳ ରହିଛି କେଉଁଠି ପ୍ରାର୍ଥୀ କର୍ମୀଙ୍କ ଭିତରେ କନ୍ଦଳ ଅନ୍ୟ କେଉଁଠି ନେତାଙ୍କ ଭିତରେ ମନାନ୍ତର ରହିଛି । ତାଙ୍କ ପାଖରେ ପ୍ରାର୍ଥୀ ନାହିଁ ଅନ୍ୟକୁ ଦୋଷ ଦେବା ହୀନ ମାନ୍ୟତା ବୋଲି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ।