ମହାମାରୀର ରୂପ ନେଉଛି ବ୍ଲାକ ଫଙ୍ଗସ୍ । ଦେଶରେ ୫ ହଜାର ଉପରେ ମାମଲା । ମହାରାଷ୍ଟ୍ରରେ ୯୦ ମୃତ

95

କନକ ବ୍ୟୁରୋ : ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସଂକ୍ରମଣରେ ଏପର୍ଯ୍ୟନ୍ତ ଦେଶରେ ୧୨୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହ ଦେଶରେ ଏହି ଭୁତାଣୁ ସଂକ୍ରମଣରେ ୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । କରୋନା ଭଳି ବ୍ଲାକ ଫଙ୍ଗସ୍ ସଂକ୍ରମଣ ଦ୍ୱାରା ହେଉଥିବା ମୃତ୍ୟୁ ସଂଖ୍ୟରେ ମହାରାଷ୍ଟ୍ର ଏବେ ଆଗରେ ରହିଛି । ରାଜ୍ୟରେ ଏହି ଭୂତାଣୁ ସଂକ୍ରମଣରେ ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଦେଶର ୫ ଟି ରାଜ୍ୟ ଏହି ଭୁତାଣୁ ସଂକ୍ରମଣକୁ ମହାମାରୀ ଭାବେ ଘୋଷଣା କରିସାରିଥିବା ବେଳେ ଏବେ ଏହି ଭୁତାଣୁ ସଂକ୍ରମିତଙ୍କ ଠାରେ ବ୍ୟବହାର ହେଉଥିବା ଔଷଧ ଲେପୋସୋମେଲ ଓ ଏମ୍ଫୋଟେରିସିନର ଅଭାବ ଦେଖିବାକୁ ମିଳିଛି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏବେ ଦେଶରେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୫,୫୦୦ ଉପରେ ରହିଛି । ଏହି ଭୁତାଣୁ ସଂକ୍ରମଣରେ ମହାରାଷ୍ଟ୍ରରେ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହରିଆଣାରେ ୧୪ ଓ ଉତ୍ତରପ୍ରଦେଶରେ ୮ ଜଣଙ୍କର ମୃତ୍ୟୁ ହୋଇସାରିଛି । ରିପୋର୍ଟ ମୁତାବକ ଦିଲ୍ଲୀ, ତେଲେଙ୍ଗାନା, ଓଡିଶା, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୋଆ, ଗୁଜୁରାଟ, କର୍ଣ୍ଣାଟକ ଓ କେରଳ ଭଳି ଅତିକମରେ ୧୦ ଟି ରାଜ୍ୟର ସରକାର କହିଛନ୍ତି କି ବ୍ଲାକ ଫଙ୍ଗସ ରୋଗୀଙ୍କ ଠାରେ ବ୍ୟବହୃତ ହେଉଥିବା ଔଷଧର ଷ୍ଟକ ଏବେ ଶେଷ ହେବାକୁ ଲାଗିଲାଣି ।

ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ନିଜ ରାଜ୍ୟରେ ଥିବା ଫାର୍ମା କମ୍ପାନୀ ମାନଙ୍କ ଦ୍ୱାରା ଔଷଧ ପ୍ରସ୍ତୁତିକୁ ଜୋରଦାର କରିବାକୁ ଚେଷ୍ଟା କରାଯାଉଛି ।