ଭୁବନେଶ୍ୱରରେ ଜାରି ରହିବ ଡ୍ରାଇଭ-ଇନ ଟିକାକରଣ : ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବାରୁ ମେ’ ୨୨ ଯାଏଁ ଦିଆଯିବ ଟିକା

126

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଗାମୀ ୨୨ ତାରିଖ ଯାଏଁ ଜାରି ରହିବ ଡ୍ରାଇଭ-ଇନ୍ ଟିକାକରଣ । ଯଦିଓ ଡ୍ରାଇଭ-ଇନ୍ କିମ୍ବା ଡୋର ଷ୍ଟେପ୍ ଟିକାକରଣକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ତଥାପି ବିଏମସି ଏହି ଅଭିଯାନ ଜାରି ରଖିଛି । କାରଣ ପୂର୍ବରୁ କୋ-ୱିନ ପୋର୍ଟାଲରେ ଆଗାମୀ ୨୨ ତାରିଖ ଯାଏଁ ଡ୍ରାଇଭ-ଇନ ଟିକାକରଣ ପାଇଁ ପଞ୍ଜିକରଣ ହୋଇସାରିଛି ଓ ସ୍ଲଟ ବୁକିଂ ସରିଛି ।

ଭୁବନେଶ୍ୱରର ୫ଟି ସ୍ଥାନରେ ଏହି ଡ୍ରାଇଭ-ଇନ ଟିକାକରଣ ଜାରି ରହିବ । ଲୋକେ ଗାଡିରେ ଆସି ଟିକା ନେବେ ଏବଂ ତଳକୁ ଓହ୍ଲାଇବେ ନାହିଁ । ସ୍ୱାସ୍ଥ୍ୟ କର୍ମୀ ତାଙ୍କ ପାଖକୁ ଯାଇ ଗାଡିରେ ହିଁ ଟିକା ଦେବେ । ହେଲେ ଟିକା ନେବାପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ଲକ୍ଷ୍ୟ କରିବା ପାଇଁ ଅଧଘଂଟା ବିଶ୍ରାମ ନେବାକୁ କେନ୍ଦ୍ରର ନିର୍ଦ୍ଦେଶନାମା ରହିଛି । ଉଭୟ ଡ୍ରାଇଭ-ଇନ କିମ୍ବା ଘରକୁ ଘର ବୁଲି ଟିକାକରଣରେ ଏହି ନିୟମର ଉଲ୍ଲଂଘନ ହେଉଥିବାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି ।