ରାଜନୀତିରେ ସୁନ୍ଦରୀ ! ବିଜେପି ନେତା ବିନୟ କଟିୟାରଙ୍କ କମେଂଟକୁ ନେଇ ଚର୍ଚ୍ଚା

30

କନକ ବ୍ୟୁରୋ : ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ବିଜେପି ନେତା ବିନୟ କଟିୟାରଙ୍କ ମନ୍ତବ୍ୟକୁ ନେଇ ଜାତୀୟ ରାଜନୀତିରେ ଝଡ । କଟିୟାର କହିଛନ୍ତି , ପ୍ରିୟଙ୍କାଙ୍କ ଠାରୁ ଆହୁରି ଅନେକ ସୁନ୍ଦର ଯୁବତୀ ଅଛନ୍ତି । ଯେଉଁମାନେ ତାଙ୍କ ଦଳ ପାଇଁ ପ୍ରଚାର କରୁଛନ୍ତି । ତେଣୁ ପ୍ରିୟଙ୍କା ନିର୍ବାଚନ ପ୍ରଚାର କଲେ ବିଜେପି ଉପରେ କୌଣସି ପ୍ରଭାବ ପଡିବନାହିଁ ।

ଉତ୍ତର ପ୍ରଦେଶରେ କଂଗ୍ରେସ ଓ ସପାର ମେଂଟ ପାଇଁ ପଚାର ମଇଦାନକୁ ପ୍ରିୟଙ୍କା ଓହ୍ଲାଇବା ପରେ ବିନୟ କଟିୟାରଙ୍କ ଏହି ମନ୍ତବ୍ୟ ଜାତୀୟ ରାଜନୀତିକୁ ସରଗରମ୍ କରିଦେଇଛି । ତେବେ ଏହାର ଜବାବରେ ପ୍ରିୟଙ୍କା କହିଛନ୍ତି ଏହି ମନ୍ତବ୍ୟ ବିଜେପି ନେତାଙ୍କ ମାନସିକତାକୁ ପଦାରେ ପକାଇଛି । ଭାରତର ଅଧା ଜନସଂଖ୍ୟା ପ୍ରତି ଏ ହେଉଛି ବିଜେପିର ଚିନ୍ତାଧାରା ।

ସେପଟେ ଏ ଘଟଣା ପରେ ଚୁପ୍ ବସିନାହାନ୍ତି ସ୍ୱାମୀ ରବର୍ଟ ଭଦ୍ରା । ନିଜ ଫେସବୁକ୍ ପେଜର ଖୁବ୍ ସମାଲୋଚନା କରିଛନ୍ତି ରବର୍ଟ । ମହିଳାଙ୍କ ପ୍ରତି କିଭଳି ବ୍ୟବହାର କରିବା ଉଚିତ୍ ସେନେଇ ପରାମର୍ଶ ବି ଦେଇଛନ୍ତି ଗାନ୍ଧି ପରିବାରର ଜ୍ୱାଇଁ । କେବଳ ସେତିକି ନୁହେଁ ବିନୟ କଟିୟାର ତୁରନ୍ତ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି ।

ଏତେ ସବୁ ପରେ ବି ଅନୁତାପ କରିନାହାନ୍ତି ବିଜେପି ନେତା ବିନୟ କଟିଆର୍ । କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ବି ଖୁବ୍ ସୁନ୍ଦର ଓ ଜଣେ ଭଲ ନେତ୍ରୀ ବୋଲି କହିଛନ୍ତି ବିନୟ ।