ସୀମା ଟପିଲା ପୋଲିସ ! ରୁଚିକାଙ୍କ ମାଆକୁ ଘୋଷାଡ଼ି ଘୋଷାଡ଼ି ଧାରଣାସ୍ତଳରୁ ଉଠାଇନେଲା; ମାଆ କହିଲେ ନ୍ୟାୟ ବଦଳରେ ଏଠି ଚାଲିଛି ଗୁଣ୍ଡାରାଜ

303

କନକ ବ୍ୟୁରୋ : ସୀମା ଟପିଲା ପୋଲିସ । ଅତି ଅମାନବୀୟ ଭାବେ ରୁଚିକାଙ୍କ ମାଆଙ୍କୁ ଘୋଷାଡ଼ି ଘୋଷାଡ଼ି ଧାରଣା ସ୍ଥଳରୁ ଉଠାଇ ନେଲା ପୋଲିସ । ୧୦ ଦିନ ହେବ ଝିଅକୁ ନ୍ୟାୟ ଦାବିରେ ବସିଥିବା ମାଆକୁ ଅତି ଅମାନୁଷିକ ଭାବେ ଉଠାଇନେଇଛି । ଆଜି ରୁଚିକାଙ୍କ ଦଶାହ ଥିବାରୁ କଲେଜ ଆଗରେ କର୍ମ ହେବା ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ କଲେଜ ଆଗରେ ରୁଚିକାଙ୍କ ମାଆ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ ।

କିନ୍ତୁ ଏକାଦଶାହ କର୍ମ ହେବା ପୂର୍ବରୂ ରୂଚିକାଙ୍କ ମାଆ ସମେତ ସମସ୍ତ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଉଠାଇ ନେଇଛି । ମାଆ ବାରମ୍ବାର ନ୍ୟାୟ ଦାବି କରୁଥିଲେ ବି ପୋଲିସ୍ କିନ୍ତୁ କିଛି ଶୁଣିନଥିଲା । ଏଠି ନ୍ୟାୟ ବଦଳରେ ଗୁଣ୍ଡାରାଜ ଚାଲିଛି ବୋଲି ରୁଚିକାଙ୍କ ମାଆ କହିଥିଲେ । ଗତକାଲି ରାତିରେ ରୁଚିକାଙ୍କ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ । ପୋଲିସ୍ କଲେଜ ଆଗରେ ହୋଇଥିବା ଟେଣ୍ଟକୁ ମଧ୍ୟ ଭାଙ୍ଗି ଦେଇଛି । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସର ଛାନଭିନ୍ ଦଶମ ଦିନରେ ପହଞ୍ଚିଛି । ମାତ୍ର ଏପର୍ଯ୍ୟନ୍ତ ପୋଲିସ ରାଗିଂ କରିଥିବା ୩ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରିପାରିନାହିଁ ।