ସରକାରଙ୍କୁ ଶହେ କୋଟି ମାଗିଲେ ଭାରତ ବାୟୋଟେକ ଓ ସିରମ୍ ଇଂଷ୍ଟିଚ୍ୟୁଟ । ଟିକା ଉତ୍ପାଦନ ତ୍ୱରାନିତ କରିବାକୁ ମାଗିଲେ ଅନୁଦାନ

229

କନକ ବ୍ୟୁରୋ : କୋଭିଡ ଟିକା ଉତ୍ପାଦନ ପ୍ରକିୟାକୁ ତ୍ୱରାନିତ କରିବା ଲାଗି ଭାରତ ବାୟୋଟେକ ଓ ସିରମ୍ ଇନଷ୍ଟିଚ୍ୟୁଟ ଭାରତ ସରକାରଙ୍କୁ ଶହେ କୋଟି ଟଙ୍କା ମାଗିଛନ୍ତି । କରୋନା ଭାଇରସ ଟିକା କୋଭାକ୍ସିନର ଉତ୍ପାଦନ ବୃଦ୍ଧି ନିମନ୍ତେ ଭାରତ ବାୟୋଟେକ ୧୦୦ କୋଟି ଟଙ୍କା ଦେବା  ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି । 

ସେହିଭଳି କରୋନାଭାଇରସ୍ ଟିକା କୋଭିସିଲ୍ଡ ଉତ୍ପାଦନ ତ୍ୱରାନିତ କରିବା ଲାଗି ସିରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ସରକାରଙ୍କ କୋଭିଡ ସୁରକ୍ଷା ପାଣ୍ଠିରୁ ଅର୍ଥ ମଂଜୁର କରିବା ପାଇଁ ମୌଖିକ ଅନୁରୋଧ କରିଥିବା କୁହାଯାଉଛି । ସମ୍ପ୍ରତି ହାଇଦ୍ରାବାଦରେ ଥିବା କାରଖାନାରୁ ଭାରତ ବାୟୋଟେକ ମାସକୁ ୪ନିୟୁତ ଡୋଜ କୋଭାକ୍ସିନ ଉତ୍ପାଦନ କରୁଛି । ଟିକା ତିଆରି ଓ ଉତ୍ପାଦନ ବୃଦ୍ଧି ସକାଶେ ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଅର୍ନ୍ତମନ୍ତ୍ରାଳୟ ପାନେଲ୍ ମଧ୍ୟ ଭାରତ ବାୟୋଟେକର ଉତ୍ପାଦନ ସମୀକ୍ଷା କରିଛି । ଉତ୍ପାଦନ ବୃଦ୍ଧି ୨୦୨୧ ମାର୍ଚ୍ଚ ସୁଦ୍ଧା ଶହେ ନିୟୁତ ଡୋଜ କୋଭିସିଲ୍ଡ ପ୍ରସ୍ତୁତ କରିବା ଲାଗି ସିରମ୍ ଇନଷ୍ଟିଚ୍ୟୁଟ ମଧ୍ୟ ଯୋଜନା କରିଛି । ଏହି ସରକାରୀ ନିଯୁକ୍ତ ଅର୍ଥମନ୍ତ୍ରାଳୟ ପାନେଲ ମାର୍ଚ୍ଚ ୨୧ ତାରିଖ ଦିନ ସିରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କାରଖାନା ପରିଦର୍ଶନ କରିଛି ।