ଏପ୍ରିଲ୍ ପହିଲାରୁ ଆହୁରି ବଢ଼ିବ ଖରାର ପ୍ରକୋପ । ଦିନରେ ତାପମାତ୍ରା ବଢ଼ିବାର ସମ୍ଭାବନା, ଜିଲ୍ଲାପାଳମାନଙ୍କୁ ସତର୍କ କଲେ ଏସଆରସି ।

127

କନକ ବ୍ୟୁରୋ: ମାଡ଼ି ଆସୁଛି ଖରା । ଏପ୍ରିଲ ପହିଲାରୁ ରାଜଧାନୀ ସମେତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ତାତିିବ । ବିସ୍କେରି ପ୍ରଥମ ସପ୍ତାହରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ । ତାହାକୁ ନଜରରେ ରଖି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ୬ ଜିଲ୍ଲା ପାଇଁ ହିଟୱେଭ ଜାରି ହୋଇଛି । ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ୬ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ତେବେ ଏହା ପୂର୍ବାରୁ ମାର୍ଚ୍ଚ ୨୯ ଓ ୩୦ରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ସତର୍କ କରାଇଛି । ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାଲାଗି ରହିବ । ସୋମବାର ପୂର୍ବାହ୍ନ ସୁଦ୍ଧା ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଳ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

ଏସବୁକୁ ନଜରରେ ରଖି ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ଅଂରେଜ ୱାଣ୍ଣିଂ ଜାରି ହୋଇଛି । ଏହା ବ୍ୟତିତ ଜଗତସିଂହପୁର, ପୁରୀ, କନ୍ଧମାଳ, ଗଂଜାମ, ଖୋର୍ଦ୍ଧା, ନୟାଗଡ଼, କଟକ ଜିଲ୍ଲାର ଗୋଟି, ୨ଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାହେବା ନେଇ ଆଶଙ୍କା ଥିବାରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।