ଆଜି ରଙ୍ଗର ପର୍ବ ହୋଲି । ହେଲେ କରୋନା ଯୋଗୁଁ ଫିକା ପଡ଼ିବ ରଙ୍ଗର ଉତ୍ସବ… କଟକଣା ଭିତରେ ଉତ୍ସବ ପାଳନ ପାଇଁ କମିଶନରେଟ୍ ପୁଲିସର କଡ଼ା ନିର୍ଦ୍ଦେଶ

227

କନକ ବ୍ୟୁରୋ : ଆଜି ରଙ୍ଗର ପର୍ବ ହୋଲି । ହେଲେ ଏଥର କୋଭିଡ କଟକଣା ଭିତରେ ହୋଲି ପାଳନ ହେବ । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଛି । କେବଳ ଘର ଭିତରେ ରହି ହୋଲି ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅର୍ଥାତ ପରିବାର ଭିତରେ ରୁହନ୍ତୁ ଓ ଆଉ ନିରାପଦ ସହ ହୋଲି ପାଳନ କରନ୍ତୁ । ରାଜଧାନୀରେ ହୋଲି ପାଳନ ବେଳେ କଡା ନଜର ରଖିବ କମିଶନରେଟ ପୁଲିସ । ଏ ନେଇ କଣ କହୁଛନ୍ତି ଡିସିପି ଆସନ୍ତୁ ଶୁଣିବା ।
ଏଥରେ କେମିତି ଖେଳିବେ ହୋଲି ଆଉ କଣ ରହିଛି କରୋନା କଟକଣା ଆସନ୍ତୁ ଜାଣିବା 
-ଏଥର ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା
-ରାସ୍ତାରେ ଖେଳାଯିବନି ହୋଲି
-ନିଜ ଘରେ ପରିବାର ସହ ଖେଳିବାକୁ ଅନୁମତି
-ଖୋଲା ରହିବ ରଙ୍ଗ ଦୋକାନ
-ରାଜଧାନୀରେ କଠୋର ହେବ କଟକଣା
-ମତୁୟନ ହେବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ
-ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠନ
-ବିଭିନ୍ନ ଛକ, ବଜାର ଭିଡ ଓ ଗାଧୁଆତୁଠ ଉପରେ ରହିବ ନଜର
-୨୦ ଟି ପିସିଆର ଗାଡି ପାଟ୍ରୋଲିଂ କରିବ
-ଷ୍ଟ୍ରାଇକିଙ୍ଗ ଫୋର୍ସ ମୁତୟନ ହେବ
-ବାହାରେ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ