କେବଳ କଦଳୀ ନୁହେଁ ଏହାର ଚୋପା ମଧ୍ୟ ବେଶ୍ ଉପକାରୀ !

129

କଦଳୀରେ ଭିଟାମିନ୍,ମିନେରାଲ୍ସ ଓ ପ୍ରୋଟିନ୍ ଭରପୁର ଥାଏ । ଓଜନ ବଢାଇବା ଠାରୁ ଓଜନ କମାଇବା ପାଇଁ କଦଳୀ ବ୍ୟବହୃତ ହୁଏ । କଦଳୀର ଅନେକ ଔଷଧୀୟ ଗୁଣ ଅଛି । କିନ୍ତୁ ଆପଣ କଦଳୀ ଚୋପାର ଗୁଣ ବିଷୟରେ ଜାଣନ୍ତି କି ?

– ଚେହେରାର ସବୁଠାରୁ ବଡ ସମସ୍ୟା ହେଉଛି ବ୍ରଣ । ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ କଦଳୀ ଚୋପା ବ୍ୟବହାର କରନ୍ତୁ । କିଛି ଦିନ ଭିତରେ ଫରକ ଜାଣିପାରିବେ ।

– ଚିପା ପୋଷାକ ପିନ୍ଧିଲେ କିମ୍ବା ଗରମ ଯୋଗୁଁ ଦେହରେ ରାସେସ୍ ହେବାର ଦେଖାଯାଏ । ଏପରିସ୍ଥଳେ ଆପଣ କଦଳୀ ଚୋପାକୁ ରାସେସ୍ ହୋଇଥିବା ଜାଗାରେ ମାଲିସ କରନ୍ତୁ ।

– କଦଳୀ ଚୋପାର ଭିତର ଭାଗକୁ ଦାନ୍ତରେ ଘଷନ୍ତୁ । ଏହାଦ୍ୱାରା ଦାନ୍ତର ହଳଦିଆ ପଣ ଦୂର ହୁଏ ।

– ସୁ ପଲିସ୍ ଶେଷ ହୋଇ ଯାଇଛି ଆଉ ଆପଣଙ୍କୁ ତୁରନ୍ତ ଅଫିସ୍ ପାଇଁ ବାହାରିବାର ଅଛି  । ଚିନ୍ତା କରନ୍ତୁ ନାହିଁ । କଦଳୀ ଚୋପାରେ ଆପଣ ଆପଣଙ୍କ ଜୋତାକୁ ଭଲଭାବେ ଚମକାଇ ପାରିବେ ।

– ବାସନ ଧୋଇବା ଏବଂ କପଡା ସଫା କରିବା ଦ୍ୱାରା ଆଙ୍ଗୁଠିର ଆଖପାଖ ଚର୍ମରେ ବହୁତ କଷ୍ଟ ହୁଏ । ଏପରି କଷ୍ଟରୁ ବଞ୍ଚିବା ପାଇଁ କଦଳୀ ଚୋପାକୁ ସେଲୋଟେପ ସାହାଯ୍ୟରେ ଲଗାଇ ଛାଡି ଦିଅନ୍ତୁ । ଏପରି କରିବା ଦ୍ୱାରା ଉଠି ଯାଇଥିବା ଚର୍ମ ନିଜେ ବାହାରି ଯିବା ସହ କଷ୍ଟ ମଧ୍ୟ କମିଯାଏ ।