ବଜାରକୁ ଆସିଲା ଆୟୁର୍ବେଦିକ ଅଣ୍ଡା : ହାଡ ମଜବୁତ କରିବା ସହିତ କର୍କଟ ପରି ମାରାତ୍ମକ ରୋଗରୁ ଦେବ ସୁରକ୍ଷା

98

ଜଳଖିଆରେ ଅଣ୍ଡାର ସେବନ କଲେ ମିଳୁଥିବା ଫାଇଦା ବିଷୟରେ ଆପଣ ଜାଣିଥିବେ । ଅଣ୍ଡା ଖାଇଲେ ଶରୀରକୁ ବିଭିନ୍ନ ପ୍ରକାରର ଲାଭ ମିଳେ । କିନ୍ତୁ ଆମେ ଯେଉଁ “ଆୟୁର୍ବେଦିକ ଅଣ୍ଡା” ବିଷୟରେ କହୁଛୁ ତାହା ଭବନାତ୍ମକ ନୁହେଁ ବରଂ ସତ୍ୟ ଅଟେ । ଏହି ଅଣ୍ଡାର ମୂଲ୍ୟ ସାଧାରଣ ଅଣ୍ଡା ଠାରୁ ଅଲଗା । ବର୍ତ୍ତମାନ ବଜାରରେ ଏକ ଆୟୁର୍ବେଦିକ ଅଣ୍ଡା ଆସିଛି ଯାହାର ମୂଲ୍ୟ ୨୨.୫୦ ଟଙ୍କା । ଆପଣ ଭାବୁଥିବେ କି ଏହି ଅଣ୍ଡାକୁ କେମିତି ତିଆରି କରାଯାଏ । ଅସଲରେ ଏହା ଆୟୁର୍ବେଦିକ କୁକୁଡାର ଆୟୁର୍ବେଦିକ ଅଣ୍ଡା ।

ଏହି ଆୟୁର୍ବେଦିକ ଅଣ୍ଡାର ସ୍ରଷ୍ଟା ହେଉଛନ୍ତି ଚିନ୍ନା ହର୍ଷବର୍ଦ୍ଧନ ରେଡ୍ଡୀ । ଏହି ପ୍ରକାର ଅଣ୍ଡାକୁ ତିଆରି କରିବା ପାଇଁ ସେ ପ୍ରବଳ ଅନୁସନ୍ଧାନ କରିଛନ୍ତି । ଆମେରିକାରୁ ଏମବିଏ ପାଠ ପଢ଼ା ସାରି ଆସିଥିବା ହର୍ଷବର୍ଦ୍ଧନ ସୈାଭାଗ୍ୟ ଗ୍ରୁପ ନାମରେ ଏକ କୁକୁଡା ପାଳନ ବ୍ୟବସାୟ ଆରମ୍ଭ କରିଥିଲେ । ସେ ଆନ୍ଧ୍ର ପ୍ରଦେଶର ରବୁଲାପଡୁ ଗ୍ରାମର ଅଧିବାସୀ । ହର୍ଷବନ୍ଧନ ଆୟୁର୍ବେଦିକ ଅଣ୍ଡା ତିଆରି କରିବା ପୂର୍ବରୁ ୬ ବର୍ଷ ପର୍ଯ୍ୟନ୍ତ ଏହା ଉପରେ ଅନୁସନ୍ଧାନ କରିଥିଲେ । ଦୀର୍ଘ ଦିନର ଅନୁସନ୍ଧାନ ପରେ ହି ତାଙ୍କୁ ସଫଳତା ମିଳିଛି ।

କେଉଁଠି ମିଳିବ ଅଣ୍ଡା ?

ତେଲୁଗୁ ଭାଷାଭାଷୀ ରାଜ୍ୟଗୁଡିକ ସହ ବାଙ୍ଗାଲୁରୁରେ ମଧ୍ୟ ଆୟୁର୍ବେଦିକ ଅଣ୍ଡାର ବିକ୍ରି ଚାଲିଛି । ସାଧାରଣତଃ ଅଣ୍ଡାର ରଙ୍ଗ ଧଳା ଥାଏ । କିନ୍ତୁ ଏହି ଆୟୁର୍ବେଦିକ ଅଣ୍ଡା ଗୋଲାପି ରଙ୍ଗର । ଅଣ୍ଡାର ଦାମ ଅଧିକ ଥିଲେ ବି ବଜାରରେ ଏହାର ଚାହିଦା ଅଧିକ । କୁକୁଡା ପାଳନ କେନ୍ଦ୍ରରେ କୁକୁଡାମାନଙ୍କ ଠାରୁ ଅଧିକରୁ ଅଧିକ ଅଣ୍ଡା ପାଇବା ପାଇଁ ସେମାନଙ୍କୁ ଷ୍ଟେରଏଡସ, ହରମୋନ୍ସ ଏବଂ ଆଣ୍ଟି-ବାୟୋଟିକ୍ସର ଇଂଜେକ୍ସନ ଦିଆଯାଏ । କିନ୍ତୁ ଏହି କୁକଡାଙ୍କୁ ଦିଆଯାଉଥିବା ଖାଦ୍ୟ ସମ୍ପୂର୍ଣ୍ଣ ରୂପେ ଆୟୁର୍ବେଦିକ ।

କୁକୁଡାଙ୍କ ଖାଦ୍ୟ

ଏହି ଫାର୍ମରେ କୁକଡାମାନଙ୍କୁ ବିଭିନ୍ନ ପ୍ରକାର ପୋଷକ ତତ୍ତ ଯୁକ୍ତ ଆୟୁର୍ବେଦିକ ଖାଦ୍ୟ ଦିଆଯାଏ । ଏହି ଖାଦ୍ୟରେ ରସୁଣ, ହଳଦୀ ବ୍ୟତୀତ ୪୦ ପ୍ରକାରର ଆୟୁର୍ବେଦିକ ଜଡିବୁଟିର ମିଶ୍ରଣ ମିଶାଯାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେମାନଙ୍କୁ ମିନରାଲ ପାଣି ପିଆଯାଏ । ସେଥିପାଇଁ ଏହି କୁକୁହା ମାନଙ୍କ ଠାରୁ ମିଳୁଥିବା ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁତ ଗୁଣକାରୀ ।

ଦୁଇ ପ୍ରକାରର ଅଣ୍ଡା

ଏହି ଆୟୁର୍ବେଦିକ ଅଣ୍ଡା ୨ ପ୍ରକାରର । ପ୍ରଥମ ଆୟୁର ପ୍ଲସ ଏବଂ ଦ୍ୱିତୀୟ ଦେଶୀ କୁକଡାର ଅଣ୍ଡା । ଆୟୁର ପ୍ଲସ କୁକଡାର ଅଣ୍ଡାର ମୂଲ୍ୟ ୧୨.୫୦ ଟଙ୍କା ଓ ଦେଶୀ କୁକଡାର ଅଣ୍ଡାର ମୂଲ୍ୟ ୨୨.୫୦ । ଆୟୁର୍ବେଦିକ ଅଣ୍ଡା ଦକ୍ଷିଣ ଭାରତର କେତେକ ରାଜ୍ୟରେ ମିଳୁଥିବା ବେଳେ ଆୟୁର୍ବେଦିକ କୁକଡାର ମାଂସ କେବଳ ହାଇଦ୍ରାବାଦରେ ମିଳେ ।

ଆୟୁର୍ବେଦିକ ଅଣ୍ଡାର ଫାଇଦା

ଆୟୁର୍ବେଦିକ ଅଣ୍ଡା ସାଧାରଣ ଅଣ୍ଡା ଠାରୁ ବେଶି ଲାଭକାରୀ । ଏହାର ସେବନ ଉଭୟ ବଡ ଓ ଛୋଟ ପିଲାମାନେ କରିପାରିବେ । ଏହି ଅଣ୍ଡାକୁ ଖାଇଲେ ହାଡ ମଜବୁତ ହୁଏ ।ଏହା ମାନସିକ ଶକ୍ତି ଏବଂ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ । ଆଁଖି ପାଇଁ ବି ଏହା ଲାଭଜନକ । ଏହି ଅଣ୍ଡା ଶିଶୁ ମାନଙ୍କୁ ଏନିମିଆ ଓ ପୋଷକ ତଚ୍ଛ୍ୱର ଅଭାବରୁ ବି ବଂଚାଏ । ଏଥିରେ ଓମେଗା-୩ ଫ୍ୟାଟି ଏସିଡ ଥିବାର ଦାବି କରାଯାଉଛି । କମ୍ପାନୀର କହିବା ହିସାବରେ ଏହାକୁ ଖାଇଲେ ବ୍ରେଷ୍ଟ କ୍ୟାନସରର ସମ୍ଭାବନା କମେ ।