ମନ୍ତ୍ରୀଘର ବାହାଘର ! ବିବାହ ପରେ ରାଜନୀତିରେ ପାଦ ରଖିବେ କି ଅରିନ୍ଦମ୍ ?

210

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାହାହେବେ ଓଲିଉଡ୍ ହ୍ୟାଣ୍ଡସମ୍ ହିରୋ ଅରିନ୍ଦମ୍ । ଆସନ୍ତାକାଲି ତାଙ୍କ ବାହାଘର । ମନ୍ତ୍ରୀ ଘର ଜ୍ୱାଇଁ ହେବେ ଅରିନ୍ଦମ୍ । ରିଲ୍ ନୁହେଁ ଏହା ରିଅଲ୍ ଲାଇଫର କାହାଣୀ । ରବିବାର ଦିବଙ୍ଗତ ବରିଷ୍ଠ ରାଜନେତା ଅଶୋକ ଦାସଙ୍କ କନ୍ୟା ତଥା ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପା ସାଜିବେ ଅରିନ୍ଦମଙ୍କ ଜୀବନସାଥି । ଏବେ ଉଭୟ ପରିବାରରେ ଉତ୍ସବ ମାହୋଲ । ନାଚଗୀତରେ ଝୁମୁଛନ୍ତି ସମସ୍ତେ ।

ଅରିନ୍ଦମ ରାୟ । ଓଲିଉଡରେ ଯେମିତି ପ୍ରସିଦ୍ଧ ଟଲିଉଡରେ ବି ସେମିତି ସଫଳ । ୨୦୦୬ରେ ବ୍ରଜରାଜ ମୁଭି ବ୍ୟାନର ମାଧ୍ୟମରେ ବଡପରଦାକୁ ଆସିଥିଲେ ଅରିନ୍ଦମ୍ । ମାର୍ସଲ ଆର୍ଟ୍ସରେ ପ୍ରସିଦ୍ଧ ଏହି ରିଂଟୁ ସାର୍ ପ୍ରଥମ ଚଳଚିତ୍ର ‘ପ୍ରେମଋତୁ ଆସିଲାରେ’ ଠାରୁ କେବେ ପଛକୁ ଫେରି ନାହାନ୍ତି । ୨୦୦୮ରେ ବଙ୍ଗାଳି ଫିଲ୍ମ ‘ଟକ୍କର’ରୁ ଟଲିଉଡରେ ରିଷି ରାୟ ନାଁରେ କ୍ୟାରିଅର ଆରମ୍ଭ କରିଥିଲେ ଅରିନ୍ଦମ୍ । ୨୫ରୁ ଅଧିକ ଓଡିଆ ଫିଲ୍ମ ସହ ୫ରୁ ଅଧିକ ବଙ୍ଗଳା ଫିଲ୍ମରେ ଅଭିନୟ କରିସାରିଛନ୍ତି ଏହି ୟୁଥ ସେନ୍ସେସନ୍ ।

ଅନୁପାଙ୍କ ହାତ ଧରିବା ସହ କଟିବ ଅରିନ୍ଦମଙ୍କ ବ୍ୟାଚଲର ଟ୍ୟାଗ୍ । ଚର୍ଚ୍ଚିତ ଅଭିନେତା ଅରିନ୍ଦମ୍ ଏବେ ସାଜିବେ ମନ୍ତ୍ରୀ ଘର ଜ୍ୱାଇଁ । ଅନ୍ୟପଟେ ୨୦୧୪ ମସିହାରେ ନବୀନ ନିବାସରେ ଦେଖା ଦେଇଥିଲେ ଅରିନ୍ଦମ୍ । ଅନ୍ୟ ଅଭିନେତାଙ୍କୁ ଟିକଟ ମିଳିଥିଲେ ବି ତାଙ୍କୁ ମିଳି ନଥିଲା ସୁଯୋଗ । ଏହି ବାହାଘର ପରେ ଅରିନ୍ଦମଙ୍କ ରାଜନୀତି ଜୀବନରେ ବି ନୂଆ ମୋଡ ଆସିବା ସମ୍ଭାବନା ରହିଛି । ସେପଟେ ବାହାଘରକୁ ନେଇ ତାଙ୍କ ଫ୍ୟାନ୍ ଭିତରେ ରହିଛି ଉତ୍ସାହ ।