ଟଙ୍କା ଉଠାଇବା ପାଇଁ ଧାଡିରେ ଅନୀଲ୍ କପୁର୍ ! ନୋଟ୍ ବ୍ୟାନ୍ ଦେଲା ଫ୍ୟାନଙ୍କ ସହ ମିଶିବାର ସୁଯୋଗ

21

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୋଟ୍ ବ୍ୟାନ୍ ନିଷ୍ପତି ଧନୀ ଗରିବ ନିର୍ବିଶେଷରେ ସମସ୍ତଙ୍କୁ ଗୋଟିଏ ଧାଡିରେ ଛିଡା କରାଇ ଦେଇଛି । ଏଥିରୁ ବଲିଉଡ ତାରକା ମାନେ ବା ବାଦ ଯିବେ କିପରି । ନିକଟରେ ଅଭିନେତା ଅନୀଲ୍ କପୁର୍ ମଧ୍ୟ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଧାଡିରେ ଛିଡା ହୋଇଥିବାର ଦେଖାଯାଇଛି । ଅନୀଲ୍ କପୁର୍ ସେଠାରେ ଧାଡିରେ ଥିବା ତାଙ୍କର କିଛି ଫ୍ୟାନଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ । ଅନୀଲ କପୁର ତାଙ୍କ ମହିଳା ପ୍ରଶଂସକଙ୍କ ସହ ଉଠାଇଥିବା ସେଲଫିକୁ ଟ୍ୱିଟରରେ ସେୟାର କରିବା ସହ କହିଛନ୍ତି ମୋଦିଙ୍କ ଏପରି ନିଷ୍ପତି ଯୋଗୁଁ ମୁଁ ଲୋକଙ୍କ ସହ ମିଶିବାର ସୁଯୋଗ ପାଇପାରୁଛି ।