ଭିକ୍କିଙ୍କ ପାଇଁ ସମସ୍ୟା । ଦାଏର ହେଲା ମାମଲା । କ’ଣ ପୁରା ଘଟଣା?

234

କନକ ବ୍ୟୁରୋ: ବଲିଉଡ ଅଭିନେତା ଭିକ୍କି କୌଶଲ ଏବେ ସମସ୍ୟାରେ । କାରଣ ତାଙ୍କ ବିରୋଧରେ ଇନ୍ଦୌର ପୋଲିସରେ ଦାଏର ହୋଇଛି ମାମଲା, ତାହା ପୁଣି ଏକ ସ୍କୁଟି ନମ୍ବରକୁ ନେଇ  । କଥା ହେଉଛି କିଛି ଦିନ ତଳେ ଇନ୍ଦୌରରେ ଭିକ୍କି ଓ ସାରା ଅଲି ଖାନ୍ ଯେଉଁ ନମ୍ବରର ସ୍କୁଟିରେ ବୁଲୁଥିଲେ ତାହା ଜଣେ ବ୍ୟକ୍ତିଙ୍କ ସ୍କୁଟି ନମ୍ବର । ତେଣୁ ତାଙ୍କ ବିନା ଅନୁମତିରେ ତାଙ୍କ ଗାଡି ନମ୍ବରକୁ କିପରି ବ୍ୟବହାର କରାଗଲା ବୋଲି ଅଭିଯୋଗ କରି ବ୍ୟକ୍ତିଜଣକ ଭିକ୍କିଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ।

ଅଭିଯୋଗକାରୀଙ୍କ କହିବା କଥା, କିଛି ଦିନ ତଳେ ଇନ୍ଦୌରରେ ଏହି ଦୁଇ ଅଭିନେତା , ଅଭିନେତ୍ରୀଙ୍କର ଏକ ଫିଲ୍ମ ସୁଟିଂ ଚାଲିଥିବାବେଳେ ଭିକ୍କି ଓ ସାରା ଦୁହେଁ ତାଙ୍କ ଗାଡି ନମ୍ବର ଥିବା ସ୍କୁଟିରେ ବସି ବୁଲୁଥିବା ଦେଖିବାକୁ ମିଳିଥିଲା । ହେଲେ ତାଙ୍କ ବିନା ଅନୁମତିରେ ଏହି ନମ୍ବରକୁ ବ୍ୟବହାର କରିବା ଏକ ଅପରାଧ  ।ତେଣୁ ଏହାର ଯାଞ୍ଚ ଦାବି କରି ଜୟ ସିଂ ଯାଦବ ନାମକ ବ୍ୟକ୍ତି ଭିକ୍କିଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ଇନ୍ଦୌର ପୋଲିସ ମଧ୍ୟ ଯାଞ୍ଚ ଆରମ୍ଭ କରିଛି ।

କିଛି ଦିନ ପୂର୍ବରୁ ଭିକ୍କି କୌଶଲ ଓ ସାରା ଅଲ୍ଲି ଖାନଙ୍କର କିଛି ଫଟୋ ଭାଇରାଲ ହୋଇଥିଲା । ଏଥିରେ ଦୁହେଁ ବାଇକରେ ଇନ୍ଦୌର ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ପ୍ରକୃତରେ ଦୁହେଁ ନିଜର ଅପକମିଙ୍ଗ ଫିଲ୍ମ ‘ଲୁକା ଛୁପି-୨’ର ସୁଟିଂ କରୁଥିଲେ । ଏହି ସମୟରେ ସାରାଙ୍କୁ ସିନ୍ଦୁର ପିନ୍ଧୁଥିବାର ଫଟୋରେ ଦେଖିବାକୁ ମିିଳିଥିଲା ।