ରାଜନଗର କେରଡଗଡା ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ବନ୍ଦ ଯୋଗୁଁ ତାତିଲେ ଲୋକେ । ଟାୟାର ଜାଳି ରାଜନଗର-କଟକ ମୁଖ୍ୟ ରାସ୍ତା ଅବରୋଧ

122

କନକ ବ୍ୟୁରୋ : ରାଜନଗର କେରଡଗଡା ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ବନ୍ଦ ଯୋଗୁ ତାତିଲେ ଲୋକେ । ଟାୟାର ଜାଳି ରାସ୍ତା ଅବରୋଧକ । ଗତକାଲି ରାତିରେ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି । ଜଗନ୍ନାଥଙ୍କ ପାଳିଆ ଦାୟିତ୍ୱରେ ଥିବା ପୂଜକ ଅନୁପସ୍ଥିତ ଥିବାରୁ ପୂଜାର୍ଚ୍ଚନା ହୋଇପାରିନାହିଁ ।
ତେବେ ଠାକୁରଙ୍କ ନୀତିକାନ୍ତ ବନ୍ଦକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ଥାନୀୟ ଲୋକେ । ଏହାର ପ୍ରତିବାଦ କରି ଶତାଧିକ ଲୋକ ରାଜନଗର-କଟକ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । କେରଡଗଡା ଜଗନ୍ନାଥ ମନ୍ଦିର ଜିଲ୍ଲାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର । ଏଠାରେ ପ୍ରତ୍ୟେକ ଦିନ ଶତାଧିକ ଲୋକଙ୍କ ସମାଗମ ହୋଇଥାଏ ।