କଟକର ଗବର ଚା’ । ଚାକିରି ଛାଡି ରେଭେନ୍ସା ପାସଆଉଟ ଛାତ୍ର ଖୋଲିଛନ୍ତି ଚା’ ଦୋକାନ, ସକାଳୁ ସନ୍ଧ୍ୟା ଜମୁଛି ଭିଡ । ଜାଣନ୍ତୁ ଅନ୍ୟ ଚା’ ଦୋକାନ ଠାରୁ ଏହା କାହିଁକି ଭିନ୍ନ ?

531

କନକ ବ୍ୟୁରୋ : ଟେକ୍ନିକାଲ ପାଠ ପଢୁଆଙ୍କ ନନଟେକ୍ନିକାଲ ବୃତ୍ତି । ଆଉ ଏହି ବୃତ୍ତିକୁ ନେଇ ଆଶାବାଦୀ ଯୁବକ ଜଣଙ୍କ । ଆମେ ଏଠି କହୁଛୁ କଟକ ସହର ମହାନଦୀ ବିହାର ଅଞ୍ଚଳର ଯୁବକ ରଂଜନ ଓ ତାଙ୍କ ଚାହା ଷ୍ଟଲ ‘ଗବର ଚାଇ’ର କଥା ।

ହିଟ ଚାମ୍ବରରୁ ବାହାରୁଛି ଚା’ । ମାଟି ପାତ୍ରରେ ପରସା ଯାଉଛି । ଏମିତି ଏକ ଚା ଦୋକାନରେ ଏବେ ଗ୍ରାହକଙ୍କ ବେଶ ଗହଳି । ଏହି ଚା ଦୋକାନଟି ରହିଛି କଟକ ମହାନଦୀ ବିହାର ଅଂଚଳରେ । ଏହି ଚା ଦୋକନର ନାଁ ‘ଗବର ଟି ଷ୍ଟଲ’ । ଆଉ ଏହି ଦୋକାନ ଚଳାଉଥିବା ଯୁବକ ଜଣଙ୍କ ହେଉଛନ୍ତି ରଂଜନ କୁମାର ପରିଡା । ରେଭେନ୍ସାରୁ ଆଇଟିଏମରେ ବୈଷୟିକ ଡିଗ୍ରୀ ହାସଲ କରିବା ପରେ ଏକ ବେସରକାରୀ ଅନୁଷ୍ଠାନରେ କାମ ଆରମ୍ଭ କରିଥିଲେ । ହେଲେ ଚାକିରୀ ଦେଇ ନଥିଲା ରଂଜନଙ୍କୁ ଆତ୍ମସନ୍ତୋଷ । କିଛି ଭିନ୍ନ କରିବାର ଇଚ୍ଛା ନେଇ କଟକରେ ଖୋଲିଲେ ନିଜର ଏକ ସ୍ୱତନ୍ତ୍ର ଚା ଷ୍ଟଲ ।

କଟକ ଲୋକଙ୍କ ଚା’ ପିଇବା ସଉକକୁ ନେଇ ‘ଗବର ଟି ଷ୍ଟଲ’ ଖୋଲିଛନ୍ତି ରଂଜନ । ମାଟି ପାତ୍ରରେ ୧୦ଟି ଭିନ୍ନ ଭିନ୍ନ ପ୍ରକାର ଓ ସ୍ୱାଦର ଚା ଗ୍ରାହକଙ୍କୁ ପରସିଥାନ୍ତି ରଞ୍ଜନ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗବର ଟି ଷ୍ଟଲକୁ ବେଶ ଆକର୍ଷଣୀୟ ଭାବେ ସଜାଇଛନ୍ତି ରଂଜନ । କାନ୍ଥରେ ଲୋକଙ୍କୁ ସଚେତନ କରାଇବା ଭଳି ଅନେକ ବାର୍ତ୍ତା ଉଲ୍ଲେଖ କରିଛନ୍ତି ।

କୌଣସି କାମ ଛୋଟ କି ବଡ ହୋଇ ନଥାଏ । ବାସ ମନୋବୃତି ରହିବା ଆବଶ୍ୟକ । ବଜାରର ଚାହିଦା ଦେଖି ଆଉ ଗ୍ରାହକଙ୍କୁ ସୁହାଇଲା ଭଳି କିଛି ଭିନ୍ନ ଅନ୍ଦାଜରେ ରଂଜନ ଆରମ୍ଭ କରିଥିବା ଏହି ‘ଗବର ଟି ଷ୍ଟଲ’ ଧିରେ ଧିରେ ଲୋକପ୍ରିୟ ହେଉଥିବା ଦେଖିବାକୁ ମିଳୁଛି ।